32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଆଜି ପୃଥିବୀ ନିକଟ ଦେଇ ଗତି କରିବ ଏକ ମହାକାଶୀୟ ବିଶାଳ ପଥର ଖଣ୍ଡ

ଆଜି ପୃଥିବୀ ନିକଟ ଦେଇ ଗତି କରିବ ଏକ ମହାକାଶୀୟ ବିଶାଳ ପଥର ଖଣ୍ଡ

ନୂଆଦିଲ୍ଲୀ: ଆଜି ପୃଥିବୀ ଦେଇ ଅତିକ୍ରମ କରିବ ଏକ ବିଶାଳକାୟ ପଥର ଖଣ୍ଡ । ଏନେଇ ପୂର୍ବରୁ ନାସା ଘୋଷଣା କରିଥିଲା । ଯାହା ଜୁନ ୬ ତାରିଖ ଅର୍ଥାତ ଆଜି ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ତେବେ ଏହି ଗ୍ରହର ବ୍ୟାସ ୨୫୦-୭୫୦ ମିଟର ବୋଲି ଆକଳନ କରିଛି ନାସା । ନାସାର ଜେଟ୍ ପ୍ରପୁଲେସନ ଲାବୋରୋଟୋରୀ (ଜେପିଏଲ) ଅନୁଯାୟୀ, ପୃଥିବୀ ନିକଟକୁ ମାଡି ଆସୁଥିବା ଏହି ବସ୍ତୁକୁ ୧୬୩୩୪୮(୨୦୦୨ ଏନଏନ୪) କୁହାଯାଏ ଏବଂ ଏହା ପୋଟେନସିଆଲି ହାଜାର୍ଡସ ଆଷ୍ଟରଏଡ ଶ୍ରେଣୀଭୁକ୍ତ ।

ନାସାର ସୂଚନା ମୁତାବକ ଏହି ବସ୍ତୁ ଗୁଡିକ ବେଳେବେଳେ ସୂର୍ଯ୍ୟଙ୍କ ପରିକ୍ରମା କଲାବେଳେ ପୃଥିବୀର ନିକଟର ହୁଅନ୍ତି । ନାସାର ସେଣ୍ଟର ଫର୍ ନିଅର-ଆର୍ଥ ଅବଜେକ୍ଟଚ ଷ୍ଟଡି ଅନୁସାରେ, ଏହି ବସ୍ତୁ ଗୁଡିକର ସମୟ ଓ ଦୂରତା ନିର୍ଣ୍ଣୟ କରାଯାଏ ଏବଂ ଏହା କେବେ ପୃଥିବୀର ନିକଟର ହେବ ତାହା ମଧ୍ୟ ଆକଳନ କରାଯାଏ । ଏହାକୁ ନାସା ଧୂମ ଏବଂ ଆଷ୍ଟରଏଡ ଭାବରେ ନିରୂପଣ କରିଥାଏ । ଯାହା ନିକଟସ୍ଥ ଗ୍ରହମାନଙ୍କ ମାଧ୍ୟାକର୍ଷଣ ଆକର୍ଷଣ ଦ୍ୱାରା କକ୍ଷପଥରେ ପ୍ରବେଶ କରିଥାଏ । ଏହା ସାଧାରଣତଃ ବରଫ ଖଣ୍ଡ ଏବଂ ଧୂଳିକଣା ଦ୍ୱାରା ଆଚ୍ଛାଦିତ ହୋଇଥାଏ । ନାସା ଆହୁରି ମଧ୍ୟ କହିଛି ଯେ, ଏହି ଅଷ୍ଟ୍ରରଏଡ ଗୁଡିକ ପ୍ରାୟ ସାଢେ ୪ ମିଲିୟନ ବର୍ଷ ତଳୁ ସୃଷ୍ଟି ହୋଇଛି । ବିଭିନ୍ନ ସମୟରେ ଏହା ପୃଥିବୀ ଦେଇ ଅତିକ୍ରମ କଲାବେଳେ ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ବାୟୁମଣ୍ଡଳକୁ ପ୍ରବେଶ କରିଥାନ୍ତି । ହେଲେ ଭୂମିରେ ପଡିବା ପୂର୍ବରୁ ଘର୍ଷଣ ହୋଇ ଏହା ଜଳି ପାଉଁଶ ହୋଇଯାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking