29.1 C
Bhubaneswar
Sunday, April 28, 2024
Homeକରୋନାକରୋନା ଲଢେଇରେ ଆଉ ଏକ ଅସ୍ତ୍ର

କରୋନା ଲଢେଇରେ ଆଉ ଏକ ଅସ୍ତ୍ର

ନୂଆଦିଲ୍ଲୀ: ସାରା ବିଶ୍ୱରେ ୧ ବର୍ଷଠୁ ଉର୍ଦ୍ଧ୍ୱ ଦିନ ଧରି କରୋନା ମହାମାରୀ ଗ୍ରାସ କରି ରଖିଛି । ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣ ନେଇ ସାରିଥିବା ମହାମାରୀ କରୋନାକୁ ରୋକିବା ପାଇଁ ଦେଶରେ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ରଣନୀତି ଉପରେ କାମ କରାଯାଉଛି । ଏହାରି ମଧ୍ୟରେ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ନୋବାଭ୍ୟାକ୍ସ ସୋମବାର କହିଛି ଯେ, କରୋନାର ଭ୍ୟାରିଏଣ୍ଟ ବିପକ୍ଷରେ ତାର ଟିକା ୯୦ ପ୍ରତିଶତରୁ ଅଧିକ ପ୍ରଭାବୀ । କମ୍ପାନୀ ଆମେରିକାରେ ବଡ ଧରଣର ଗବେଷଣା ପରେ ଟିକାର ପ୍ରଭାବ ଉପରେ ମତବ୍ୟକ୍ତ କରିଛି । କହିରଖୁଛୁ, ଆମେରିକା କମ୍ପାନୀ ନୋବାଭ୍ୟାକ୍ସ ଗତବର୍ଷ ଅଗଷ୍ଟରେ ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସହିତ ଏକ ଡିଲ ସ୍ୱାକ୍ଷର କରିଥିଲା । ଯାହା ହିସାବରେ ୨୦୦ କୋଟି ଭ୍ୟାକ୍ସିନ ଡୋଜ୍ ପ୍ରସ୍ତୁତ କରିବାର ଥିଲା । କମ୍ପାନୀ କହିଛି, ଟିକା ସମୁଦାୟ ଭାବରେ ୯୦ ପ୍ରତିଶତ ପ୍ରଭାବୀ ଜଣାପଡିଛି ଏବଂ ପ୍ରାରମ୍ଭିକ ପରୀକ୍ଷଣରେ ଏହା ସୁରକ୍ଷିତ ମଧ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking