27.1 C
Bhubaneswar
Thursday, March 28, 2024
Homeଓଡିଶାନକଲି ଔଷଧ; କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ

ନକଲି ଔଷଧ; କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ନକଲି ଔଷଧ କାରବାରର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକରୁ ବିପୁଳ ନକଲି ଔଷଧ ଠାବ ପରେ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନକଲି କରୋନା ଔଷଧ ଫାଭିପିରାଭିର ଠାବ ହେବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଫାଭିପିରାଭିର ସହ ଆଉ ୯ ପ୍ରକାର ଔଷଧ ବି ଠାବ କରାଯାଇଥିଲା । ଜୀବନ ରକ୍ଷାକାରୀ କରୋନା ଔଷଧ ଫାଭିପିରାଭିର ସହିତ ଅନ୍ୟ ୯ ପ୍ରକାର ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଗତ କିଛି ଦିନ ତଳେ କଟକରୁ ବିପୁଳ ପରିମାଣର ନକଲି ଔଷଧ ଠାବ୍ ହୋଇଥିଲା । କଟକ କନିକା ଛକ ନିକଟ ଏକ ଔଷଧ ଦୋକାନରୁ ଏହି ଔଷଧ ଜବତ ହୋଇଥିଲା । ଯାହା ଭିତରେ ୧୭ ହଜାର ଫାଭିଫିରାଭିର ଟାବଲେଟ୍ ଜବତ ହୋଇଥିଲା । ଏହା ପରେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଏହାପରେ ଏହି ଘଟଣାର ତଦନ୍ତ ନେଇ ନିର୍ଦ୍ଦେଶ ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସର ମିଳିତ ଭାବେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲା ସ୍ୱାସ୍ଥ୍ୟ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking