40.1 C
Bhubaneswar
Wednesday, April 24, 2024
Homeଓଡିଶାଓଜେଇଇ ଆବେଦନ ବଢିଲା

ଓଜେଇଇ ଆବେଦନ ବଢିଲା

ଭୁବନେଶ୍ୱର: କରୋନା ପାଇଁ ଓଜେଇଇ ଆବେଦନ ଅବଧି ପୁଣି ବୃଦ୍ଧି ପାଇଛି । ଆବେଦନ ଅବଧି ଜୁଲାଇ ୧୨ ଓ ଫି ଦାଖଲ ଜୁଲାଇ ୧୪ ଯାଏଁ ବଢିଛି । ସେମିତି ଜୁନ ୧୭ରୁ ୨୪ ଯାଏ ହେବାକୁ ଥିବା ପରୀକ୍ଷା ମଧ୍ୟ ଘୁଂଚିଲା । କେବେ ପରୀକ୍ଷା ହେବ ପରିସ୍ଥିତି ଦେଖି ଜୁଲାଇ ପ୍ରଥମ ସପ୍ତାହରେ ନିଷ୍ପତ୍ତି ନିଆଯିବ । ଅବଧି ବୃଦ୍ଧି ଓ ପରୀକ୍ଷା ଘୁଂଚିବା ନେଇ ଓଜେଇଇ ଅଧ୍ୟକ୍ଷଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି ।

ସୂଚନାଯୋଗ୍ୟ , ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି ।  ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୭ ଲକ୍ଷ ୯୬ ହଜାର ୭୯୯ ରହିଥିବା ବେଳେ ୫୫ ହଜାର ୯୨୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଅନୁଗୁଳରୁ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯୬, ବରଗଡ଼ରୁ ୬୮, ଭଦ୍ରକ- ୨୦୯, ବଲାଙ୍ଗିର- ୫୩, ବୌଦ୍ଧ- ୫୪, କଟକ- ୪୮୦, ଦେବଗଡ଼- ୨୬, ଢେଙ୍କାନାଳ- ୧୪୪, ଗଜପତି- ୩୬, ଗଂଜାମ- ୨୯, ଜଗତସିଂହପୁର- ୧୪୩, ଯାଜପୁର- ୨୦୭, ଝାରସୁଗୁଡ଼ା- ୧୩, କଳାହାଣ୍ଡି -୬୨, କନ୍ଧମାଳ- ୬୨, କେନ୍ଦ୍ରାପଡ଼ା- ୧୮୧, କେନ୍ଦୁଝର- ୯୬, ଖୋର୍ଦ୍ଧା- ୭୦୦, କୋରାପୁଟ- ୬୫, ମାଲକାନଗିରି- ୫୦, ମୟୂରଭଂଜ- ୧୫୮, ନବରଙ୍ଗପୁର- ୭୮, ନୟାଗଡ଼- ୧୪୯, ନୂଆପଡ଼ା- ୧୪, ପୁରୀ- ୨୫୫, ରାୟଗଡ଼ା- ୬୪, ସମ୍ବଲପୁର- ୫୪, ସୁବର୍ଣ୍ଣପୁର- ୮୪ ଓ ସୁନ୍ଦରଗଡ଼- ୧୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଷ୍ଟେଟପୁଲରୁ ୧୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୬୮,୫୩୫ ସାମ୍ପଲ ଟେଷ୍ଟ କରାଯାଇଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୧ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking