31.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶ୧୬ ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା ନୋଟିସ: ସ୍ୱୀକୃତି ନମଳିଲେ ଅଦାଲତ ଯିବାକୁ ଧମକ.

୧୬ ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା ନୋଟିସ: ସ୍ୱୀକୃତି ନମଳିଲେ ଅଦାଲତ ଯିବାକୁ ଧମକ.

ଗୁଆହାଟୀରେ ୩୦ ପର୍ଯ୍ୟନ୍ତ ରହିବେ ବିଦ୍ରୋହୀ
ମୁମ୍ବାଇ: ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ମହାରାଷ୍ଟ୍ରର ମେଣ୍ଟ ସରକାର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିବା ଶିବସେନାର ୧୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଶନିବାର ଉପବାଚସ୍ପତିଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏମାନଙ୍କ ମଧ୍ୟରେ ସିନ୍ଧେଙ୍କ ନାମ ମଧ୍ୟ ରହିଛି । ସୋମବାର ଅପରାହ୍ନ ୫ଟା ୩୦ ସୁଦ୍ଧା ଜବାବ ଦାଖଲ ନକଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି । ଦଳବିରୋଧୀ କାର୍ଯ୍ୟ ଯୋଗୁଁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରେ ବୋଲି ମଧ୍ୟ କୁହାଯାଇଛି । ଯଦି ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଏ, ତେବେ ସିନ୍ଧେ ମଧ୍ୟ ବିଧାୟକ ପଦ ହରାଇବେ । ଅପରପକ୍ଷରେ ଉପବାଚସ୍ପତିଙ୍କୁ ମଧ୍ୟ ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି ।

ଉପବାଚସ୍ପତି ନରହରି ଜିରୱାଲଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଏବେମଧ୍ୟ ବିଚାରାଧୀନ ରହିଥିବାରୁ ଏଭଳି ନୋଟିସ ଜାରି କରିବାର ଅଧିକାର ତାଙ୍କର ନାହିଁ ବୋଲି ବିଜେପି ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ଦୁଇ ସ୍ୱାଧୀନ ବିଧାୟକ ମହେଶ ବାଲ୍‌ଦି ଓ ବିନୋଦ ଅଗ୍ରୱାଲ ପାଲଟା ନୋଟିସ ପଠାଇଥିବା ଜଣାପଡିଛି । ଏପରିକି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଗଲେ, ସେମାନେ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି ବିଦ୍ରୋହୀ ଗୋଷ୍ଠୀ ଚେତାବନୀ ଦେଇଛନ୍ତି ।

ଶନିବାର ଉଦ୍ଧବ ଓ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ତୀବ୍ର ବାକ୍ୟ ବିନିମୟ ହୋଇଛି । ଶିବସେନା ମୁଖପାତ୍ର ସଞ୍ଜୟ ରାଉତ୍ ଟ୍ୱିଟ୍ କରି କହିଛନ୍ତି ଯେ ଶିବ ସୈନିକମାନେ ଏପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିଛନ୍ତି । ଯଦି ସେମାନେ ରାଜରାସ୍ତାକୁ ଓହ୍ଲାଇବେ, ତାହାହେଲେ ବିଦ୍ରୋହୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିବ ବୋଲି ସେ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଆସାମର ଗୁଆହାଟୀରେ ଡେରା ପକାଇଥିବା ବିଦ୍ରୋହୀ ଗୋଷ୍ଠୀ ସେମାନଙ୍କର ରହଣିକୁ ଆଉ ଦୁଇ ଦିନ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଜୁନ ୨୮ ପରିବର୍ତ୍ତେ ୩୦ ପର୍ଯ୍ୟନ୍ତ ସେମାନେ ଗୁଆହାଟୀର ରାଡିସନ୍ ବ୍ଲୁ ହୋଟେଲରେ ଅବସ୍ଥାନ କରିବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking