28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବିଜେପିର ସମର୍ଥନ ଲୋଡ଼ିଲେ ଯଶୱନ୍ତ: ମୋଦୀ, ରାଜନାଥ ଓ ଆଡ୍‌ଭାନୀଙ୍କୁ ଫୋନ୍‌

ବିଜେପିର ସମର୍ଥନ ଲୋଡ଼ିଲେ ଯଶୱନ୍ତ: ମୋଦୀ, ରାଜନାଥ ଓ ଆଡ୍‌ଭାନୀଙ୍କୁ ଫୋନ୍‌

ନୂଆଦିଲ୍ଲୀ : ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଯଶୱନ୍ତ୍ର ସିହ୍ନାଙ୍କୁ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଆସନ୍ତ ୨୭ରେ ସେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛନ୍ତି । ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବା ସତ୍ତ୍ୱେ ଯଶୱନ୍ତ କିନ୍ତୁ ଏ ପ୍ରସଙ୍ଗରେ ବିଜେପିର ସହଯୋଗ ଲୋଡିଛନ୍ତି । ଯଶସ୍ୱନ୍ତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପିର ପୁରୁଖା ନେତା ଲାଲକୃଷ୍ଣ ଆଡ୍‌ଭାନୀଙ୍କୁ ଫୋନ କରି ତାଙ୍କୁ ସମର୍ଥନ ଜଣାଇବାକୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯଶୱନ୍ତ୍ରୀ ବିଜେପିରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବାବେଳେ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ମୋଦୀ ସରକାରଙ୍କ ସହ ମତାନ୍ତର ପରେ ଯଶୱନ୍ତ ବିଜେପି ଛାଡି ବର୍ତ୍ତମାନ ତୃଣମୂଳ କଂଗ୍ରେସରେ ମିଶିଥିବାବେଳେ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking