26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶମେଡିସିନ ପାଇଁ ନୋବେଲ୍ ପୁରସ୍କାର

ମେଡିସିନ ପାଇଁ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ମେଡିସିନ ପାଇଁ ମିଳିବ ନୋବେଲ୍ ପୁରସ୍କାର । ଏଭଳି କିଛି ଘୋଷଣା କରାଯାଇଛି । କାରୋଲିନ୍ସକା ଇନଷ୍ଟିଚ୍ୟୁଟ ପକ୍ଷରୁ ୨୦୨୩ ଲାଗି ମେଡିସିନ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ସୋମବାର ୨୦୨୩ର ନୋବେଲେ ପୁରସ୍କାର ଘୋଷଣା କରାଯାଇଛି । ଫିଜିଓଲୋଜି ବା ମେଡିସନ୍ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଚଳିତ ବର୍ଷ କାଟାଲିନ୍ କାରିକୋ ଓ ଡ୍ରିଉ ଓ୍ବିଜମ୍ୟାନଙ୍କୁ ମିଳିତଭାବେ ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ଦିଆଯାଇଛି । ତାଙ୍କୁ ନ୍ୟୁକ୍ଲିୟୋସାଇଡ୍ ଜନିତ ଏକ ପଦ୍ଧତି ବିକଶିତ କରିଥିବା ହେତୁ ଏହି ସମ୍ମାନ ଦିଆଯାଇଛି। ତେବେ ଏହି ପଦ୍ଧତି ଦ୍ବାରା କରୋନା  ବିରୋଧରେ ପ୍ରଭାବୀ ଏମ୍ଆରଏନ୍ଏ ଟିକା ବିକଶିତ ହୋଇପାରିଥିଲା । ସବୁଠୁ ବଡ଼ କଥା ହେଉଛି ଏହି ଦୁଇ ବୈଜ୍ଞାନିକଙ୍କ ଏହି ଆବିଷ୍କାର ସଂପର୍କରେ ୨୦୦୫ରେ ଜଣାପଡ଼ିଥିଲେ ହେଁ ଏହାକୁ ସେତେଟା ପରିଚୟ ମିଳିପାରିନଥିଲା । ହେଲେ କରୋନା କାଳରେ ସେମାନଙ୍କ ଗବେଷଣା ସମଗ୍ର ମାନବଜାତି ଲାଗି ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ୨୦୨୦ରେ ଏମ-ଆରଏନଏ ଭ୍ୟାକସିନ୍ ବିକଶିତ କରିବା ଦିଗରେ ସେମାନଙ୍କ ଏହି ଗବେଷଣା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲା । ୧୯୦୩ରୁ ଏଯାବତ ମେଡିସିନ୍ କ୍ଷେତ୍ରରେ ୧୧୩ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking