26.1 C
Bhubaneswar
Wednesday, May 8, 2024
Homeଅପରାଧଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ, ୨ ବର୍ଷ ଯାଏଁ ଜାଣିପାରିଲାନି ପରିବାର

ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ, ୨ ବର୍ଷ ଯାଏଁ ଜାଣିପାରିଲାନି ପରିବାର

ନୂଆଦିଲ୍ଲୀ:  ପ୍ରଥମେ ସହକର୍ମୀଙ୍କୁ ଏକତରଫା ପ୍ରେମ । ତାପରେ ହତ୍ୟା କରିଥିଲା ଅଭିଯୁକ୍ତ । କିନ୍ତୁ ଅଭିଯୁକ୍ତ ସହ କଥା ହେଉଥିଲେ ସୁଦ୍ଧା ୨ ବର୍ଷ ପର୍ଯ୍ୟନ୍ତ ଟେରପାଇନଥିଲେ ପରିବାର । ଝିଅର ମୃତ୍ୟୁକୁ ୨ ବର୍ଷ ପୁରିଥିଲେ ସୁଦ୍ଧା ବାପା-ମା ଜଶରିପାରିନଥିଲେ । ପ୍ରେମ ନିବେଦନ ଗ୍ରହଣ ନ କରିବାରୁ ସହକର୍ମୀଙ୍କୁ ହତ୍ୟା କରିଛନ୍ତି ଦିଲ୍ଲୀ ପୁଲିସର ଜଣେ କନଷ୍ଟେବଳ। ଆଉ ଦୀର୍ଘ ୨ ବର୍ଷ ଧରି ପୂରା ଘଟଣାକୁ ଲୋକଲୋଚନଠୁ ଦୂରେଇ ରଖିବାରେ ସଫଳ ହୋଇଛନ୍ତି। କେବଳ ହତ୍ୟା ବାବଦରେ ନୁହେଁ, ପରିବାର ଲୋକଙ୍କୁ ମଲା ଝିଅ ସହ ମଧ୍ୟ କଥା କରାଉଥିଲେ। ମୁଖ୍ୟ ଅଭିଯୁକ୍ତ ହେଲା ଦିଲ୍ଲୀ ପୁଲିସର ମୁଖ୍ୟ କନଷ୍ଟେବଳ ଥିଲେ ସୁରେନ୍ଦ୍ର ରାଣା ।ସେ କାର‌୍ୟ୍ୟରେ ଯୋଗଦେବାର ଦୁଇ ବର୍ଷ ପରେ ଅର୍ଥାତ୍ ୨୦୧୪ରେ ଦିଲ୍ଲୀ ପୁଲିସରେ ଯୋଗ ଦେଇଥିଲେ ମୋନା। ଉଭୟଙ୍କୁ କଣ୍ଟ୍ରୋଲ୍ ରୁମରେ ନିୟୋଜିତ କରାଯାଇଥିଲା। ଏଠାରେ ଦୁହେଁ ପରିଚିତ ହୋଇଥିଲେ। କିନ୍ତୁ ପରେ ପରେ ମୋନାଙ୍କର ଉତ୍ତରପ୍ରଦେଶ ପୁଲିସରେ ସବ୍-ଇନ୍ସପେକ୍ଟର ଭାବରେ ଚାକିରି ଆସିଥିଲା।
ଫଳରେ ସେ ଚାକିରି ଛାଡି ଦେଇଥିଲେ। ମୋନା କିନ୍ତୁ ଉତ୍ତରପ୍ରଦେଶ ପୁଲିସ ବିଭାଗରେ ବି ଯୋଗ ଦେଇନଥିଲେ। ସେ ସମ୍ପୂର୍ଣ୍ଣ ଚାକିରିରୁ ବିଦାୟ ନେଇ ସିଭିଲ୍ ସର୍ଭିସ୍ ପାଇଁ ପଢାପଢି ଆରମ୍ଭ କରିଥିଲେ।
କିନ୍ତୁ, ଘରେ ସ୍ତ୍ରୀ, ଛୁଆପିଲା ଥିବା ସତ୍ତ୍ୱେ ସୁରେନ୍ଦ୍ର ନିୟମିତ ଭାବେ ମୋନା ଉପରେ ନଜର ରଖୁଥିଲେ। ସେ କୁଆଡେ ଯାଉଛନ୍ତି, କଣ କରୁଛନ୍ତି ଟିକନିଖ ଖବର ରଖୁଥିଲେ। ମୋନା ଏହା ଜାଣିବା ପରେ ବିରୋଧ କରିଥିଲ। ସେପ୍ଟେମ୍ବର ୮, ୨୦୨୧ ରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଏହା ପରେ ସୁରେନ୍ଦ୍ର ମୋନାଙ୍କୁ ଏକ ନିଚ୍ଛାଟିଆ ସ୍ଥାନକୁ ନେଇ ଗଳା କାଟି ହତ୍ୟା କରି ମୃତଦେହକୁ ଡ୍ରେନକୁ ଫିଙ୍ଗି ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ସୁରେନ୍ଦ୍ରଙ୍କ ସୈତାନୀ ଚାଲ୍। ମୋନା, ଅରବିନ୍ଦ ନାମକ ଜଣେ ପୁଅ ସହ ଫେରାର୍ ହୋଇଯାଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ। ଏପରି କି ଝିଅକୁ ଖୋଜିବାରେ ମଧ୍ୟ ସାହାଯ୍ୟ କରୁଥିଲେ। ସେମାନଙ୍କ ସହ ପୁଲିସ ଷ୍ଟେସନ୍ ଯାଉଥିଲେ। ମୋନା ଫେରାର୍ ହୋଇଥିବା ପୁଅ ସହ ବୁଲାବୁଲି କରୁଥିବାର ପ୍ରମାଣ ଦେଉଥିଲେ।
ଅନ୍ୟମାନଙ୍କୁ ମୋନା ଜୀବିତ ଥିବା ଜଣାଇବା ପାଇଁ, ସୁରେନ୍ଦ୍ର ପ୍ଲାନ୍ କରି ତାଙ୍କ ସିମ୍ କାର୍ଡ ବ୍ୟବହାର କରିବା ସହ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାଜାକ୍ସନ୍ କରୁଥିଲେ। ଏପରିକି ମୋନାଙ୍କ ନାମରେ କୋରୋନା ଟୀକାକରଣ ସାର୍ଟିଫିକେଟ ମଧ୍ୟ ବାହାର କରିଥିଲେ। ମୋନା ଫେରାର୍ ଷ୍ଟୋରୀରେ ସୁରେନ୍ଦ୍ରଙ୍କୁ ସାହାଯ୍ୟ କରୁଥିଲେ ତାଙ୍କ ଶଳା ରବିନ୍ ଏବଂ ରାଜପାଲ  । ରବିନ, ଅରବିନ୍ଦ ହୋଇ ମୋନାଙ୍କ ଘର ଲୋକଙ୍କ ସହ କଥା ହେଉଥିଲେ। ସେମାନେ ମୋନାଙ୍କ କିଛି ଅଡିଓକୁ ମଧ୍ୟ ଏଡିଟ୍ କରି ପରିବାର ଲୋକଙ୍କୁ ଶୁଣାଉଥିଲେ। ସେ ନିଜ ଇଚ୍ଛାରେ ଅରବିନ୍ଦଙ୍କୁ ବିବାହ କରିଛନ୍ତି, ତାଙ୍କ ମାଆ ତାଙ୍କ ଉପରେ ରାଗୁଥିବାରୁ ସେ ପରିବାର ଲୋକଙ୍କ ସହ କଥା ହେବାକୁ ଚାହୁଁନଥିବା ଅଡିଓ କଲ୍ ମାଧ୍ୟମରେ ଶୁଣାଉଥିଲେ।
ଏପରିକି ଦୁହେଁ ବିଭିନ୍ନ ସହରକୁ ଯାଇ ହୋଟେଲରେ ରହୁଥିବା ମଧ୍ୟ ପରିବାର ଲୋକଙ୍କୁ କହୁଥିଲେ। ଏହି ଆଳରେ ରବିନ ବିଭିନ୍ନ ଦେହଜୀବୀଙ୍କୁ ହୋଟେଲ ନେଇ ମୋନାଙ୍କ ସାର୍ଟିଫିକେଟରେ ରଖୁଥିଲେ। ପରିବାର ଲୋକ ଯେତେବେଳେ ପୁଲିସର ସହାୟତାରେ ହୋଟେଲରେ ପହଞ୍ଚୁଥିଲେ, ସେତେବେଳେ ମୋନା ଏଠାରୁ ଚାଲି ଯାଇଥିବା କହୁଥିଲେ ହୋଟେଲ କର୍ମଚାରୀ। ସାର୍ଟିଫିକେଟରେ ମୋନାଙ୍କ ଫଟୋ ଓ ନାମ ଉଲ୍ଲେଖ ରହୁଥିବାରୁ ପୁଲିସ ବି ଟେର୍ ପାଉନଥିଲା। ଶେଷରେ ରବିନର ଫୋନ୍ କଲ୍ ମାଧ୍ୟମରେ ପୂରା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏଥିସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking