31.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଶାଶୂଘର ଲୋକଙ୍କ ନିର୍ଯାତନାର ଶୀକାର ହୋଇଥିବା ବୋହୂଙ୍କୁ ମିଳିବ ସରକାରୀ ଚାକିରି

ଶାଶୂଘର ଲୋକଙ୍କ ନିର୍ଯାତନାର ଶୀକାର ହୋଇଥିବା ବୋହୂଙ୍କୁ ମିଳିବ ସରକାରୀ ଚାକିରି

ନୂଆଦିଲ୍ଲୀ: ଶାଶୂଘର ଲୋକଙ୍କ ଅତ୍ୟାଚାରର ଶୀକାର ହୋଇଥିବା ବୋହୂଙ୍କୁ ମିଳିବ ସରକାରୀ ଚାକିରି । ଆଉ ଏଭଳି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଏଭଳି ଘଟଣା ଘଟିଥିଲା ।  ଶାଶୂଘର ଲେଶକେ ମହିଳାଙ୍କ ଚରିତ୍ର ସଂହାର କରିବା ସହ ତାଙ୍କୁ ଗାଁ ରାସ୍ତାରେ ଉଲ୍ଲଗ୍ନ କରି ବୁଲାଇଥିଲେ । ଜଣେ ଆଦିବାସୀ ମହିଳାଙ୍କୁ ଶ୍ୱଶୁରଘର ଲୋକ ନିର‌୍ୟାତନା ଦେବା ସହିତ ଉଲଗ୍ନ କରି ଗାଁ ରାସ୍ତାରେ ବୁଲାଇଥିଲେ। ପୁଲିସ ଏହି ଘଟଣାରେ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରିଥିଲା । ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହାକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ରାଜନୈତିକ ଦଳ ବି ସକ୍ରିୟ ହୋଇପଡ଼ିଥିଲେ । ବିଭିନ୍ନ ରାଜନେତାମାନେ ଏହି ଘଟଣାକୁ ନେଇ ନିଜନିଜର ପ୍ରତିକ୍ରିୟା ଦେଇଥିଲେ। ଘଟଣାକୁ କେନ୍ଦ୍ର କରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସଂପୃକ୍ତ ମହିଳାଙ୍କୁ ସରକାରୀ ଚାକିରି ଦେବା ସହ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ । ଏହି ଘୋଷଣାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା।
ଗତ ରବିବାର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ବରେ  ମନ୍ତ୍ରୀମଣ୍ଡଳ ବୈଠକ ଆୟୋଜିତ ହୋଇଥିଲା। ମନ୍ତ୍ରୀମଣ୍ଡଳରେ ଅନୁସୂଚିତ ଜନଜାତି ମହିଳାଙ୍କ ସହିତ ଘଟିଥିବା ଅମାନବୀୟ ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା। ଏହି ବୈଠକରେ ମନ୍ତ୍ରୀମଣ୍ଡଳ ପୀଡ଼ିତାଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଚାକିରି ଦେବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking