24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶମଝି ରାସ୍ତାରେ ହୁତୁ ହୁତୁ ଜଳିଲା କାର

ମଝି ରାସ୍ତାରେ ହୁତୁ ହୁତୁ ଜଳିଲା କାର

ନୂଆଦିଲ୍ଲୀ: ହୁତୁ ହୁତୁ ଜଳିଗଲା ଇଲେକ୍ଟ୍ରି କାର । ଚାରିଆଡ ଧୂଆଁମ ହୋଇଗଲା । ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଖବର ବାଙ୍ଗାଲୁରୁରୁ ସାମ୍ନାକୁ ଆସିଛି । କାରରେ ନିଆଁ ଲାଗିବାର ଦୃଶ୍ୟ ସୋଶିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଫଟୋରେ ଦେଖାଯାଇଛି ଯେ, ପରି କାର୍ ହୁତୁହୁତୁ ହୋଇ ଜଳିବାରେ ଲାଗିଛି । ନିଆଁ ଲାଗିବା ପରେ କାରରେ ଥିବା ଲୋକ ବାହାରି ଆସିଥିଲେ । ଏଥିରେ କେହି ବି ହତାହତ ହୋଇନାହାନ୍ତି । ତେବେ କାର କେଉଁ କମ୍ପାନୀର ଥିଲା, ତାହା ଏଯାଏଁ ଜଣାପଡିନି । ଘଟଣା ଶନିବାର ଦିନ ଘଟିଥିଲା । ନିଆଁ ଲାଗିବାର କାରଣ ପୋଲିସ ଖୋଜୁଛି । ଖବର ଅନୁଯାୟୀ କର୍ଣ୍ଣାଟକ ବେଙ୍ଗାଲୁରୁର ଜେପି ନଗର ଅଞ୍ଚଳରେ ଡାଲମିୟା ସର୍କଲ ପାଖରେ ଏକ ଇଲେକ୍ଟ୍ରିକ କାରରେ ନିଆଁ ଲାଗିଯାଇଥିଲା । ପୋଲିସ ମୁତାବକ, ଘଟଣାରେ କେହି ହତାହତ ହୋଇନାହାନ୍ତି ।ତେବେ ଏଭଳି ଘଟଣା ନୂଆ ନୁହେଁ ପୂର୍ବରୁ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି ।  ହେଲେ ଏହି ଘଟଣାର କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking