38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଅଭିଶପ୍ତ ଜୀବନ ବିତାଉଛନ୍ତି ସିଞ୍ଜାକୁଟୀବାସୀ : ମୌଳିକ ସୁବିଧାରୁ ବଞ୍ଚିତ ୨୩ ଆଦିବାସୀ ପରିବାର 

ଅଭିଶପ୍ତ ଜୀବନ ବିତାଉଛନ୍ତି ସିଞ୍ଜାକୁଟୀବାସୀ : ମୌଳିକ ସୁବିଧାରୁ ବଞ୍ଚିତ ୨୩ ଆଦିବାସୀ ପରିବାର 

ଫୁଲବାଣୀ : ଦେଶ ସ୍ୱାଧୀନତା ହାସଲକୁ ୭୪ବର୍ଷ ପୂରିଛି ସତ, ହେଲେ କନ୍ଧମାଳ ଜିଲ୍ଲାରେ ଏବେ ବି ଏମିତି ଗାଁ ଅଛି ଯେଉଁଠି ଲୋକଙ୍କୁ ସାମାନ୍ୟ ମୌଳିକ ସୁବିଧା ମିଳୁନାହିଁ । ନା ଗମନାଗମନ ସୁବିଧା ନା ଅଛି ସ୍ୱଚ୍ଛ ପାନୀୟ ଜଳର ସୁବିଧା, ନା ସ୍ୱାସ୍ଥ୍ୟ ସେବା ନା ଅଛି ପ୍ରାକ-ଶିକ୍ଷଣ ପାଇଁ  ଅଙ୍ଗନୱାଡ଼ି  କେନ୍ଦ୍ର । କାହିଁ କେଉଁ କାଳରୁ ଅଞ୍ଚଳରେ ବସବାସ କରୁଛନ୍ତି ଆଦିମ ଅଧିବାସୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ସରାମୂଳୀ ପଞ୍ଚାୟତର ଦୁର୍ଗମ ସିଞ୍ଜାକୁଟୀ ଗାଁରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମର ଚତୁଃପାଶ୍ୱର୍ରେ ରହିଛି ବିସ୍ତୀର୍ଣ୍ଣ ପାହାଡ଼, ଆଉ ପ୍ରକୃତି କୋଳରେ ରହିଛି ସରାମୂଳୀ ପଞ୍ଚାୟତର ୧୨ ନମ୍ବର ଓାର୍ଡରେ ଥିବା ସିଞ୍ଜାକୁଟି ଗାଁ । ଦାରିଙ୍ଗବାଡ଼ି ବ୍ଲକ ଠାରୁ ସରାମୂଳି ୬୦ କିଲୋମିଟର ଦୂର ହୋଇଥିବା ବେଳେ ସେଠାରୁ ପ୍ରାୟ ୧୦ କିଲୋମିଟର ଗଲେ ପଡ଼ିବ ସିଞ୍ଜାକୁଟୀ  ଗ୍ରାମ । ପାହାଡ଼ ପଥର କାଦୁଅ ଭର୍ତ୍ତି ଖାଲଢିପ ରାସ୍ତା ଡେଇଁ ଗଲାପରେ ପହଞ୍ôଚବାକୁ ହୁଏ ସିଞ୍ଜାକୁଟୀ ଗ୍ରାମରେ । ଏହି ଗ୍ରାମରେ ବସବାସ କରନ୍ତି ୨୩ ଆଦିବାସୀ ପରିବାର । ଗାଁକୁ ରାସ୍ତା ନଥିବା ଯୋଗୁଁ ଦୈନନ୍ଦିନ କାର୍ଯ୍ୟରେ ଗ୍ରାମବାସୀ ଯିବାଆସିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ  ଗ୍ରାମକୁ ଯାଇପାରେ ନାହିଁ । ବାର୍ଦ୍ଧକ୍ୟ ତଥା ବିଧବା ଭତ୍ତା, ରାଶନ ସାମଗ୍ରୀ ପାଇଁ  ପାହାଡ଼ିଆ ଜଙ୍ଗଲି ରାସ୍ତାରେ ଚାଲି ଚାଲି ଯିବାକୁ ପଡିଥାଏ । ଅନ୍ୟପକ୍ଷରେ ସାମାନ୍ୟ ରୋଗୀ ହୁଅନ୍ତୁ କି ଗର୍ଭବତୀ ରାସ୍ତା ନଥିବା ଯୋଗୁଁ  ଭାରରେ ବୂହା ହୋଇ ଡାକ୍ତରଖାନାକୁ ଯିବାଆସିବା କରନ୍ତି । ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ମାର୍ଦ୍ଦିପଙ୍ଗା ଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିବାବେଳେ ଗ୍ରାମ ଠାରୁ ଡାକ୍ତରଖାନାର ଦୂରତା ସରାମୂଳୀ ଦେଇ ଗଲେ ପ୍ରାୟ ୧୫କି.ମି ଦୂର ହେଉଥିବା ବେଳେ ଅନ୍ୟଏକ ପାହାଡ଼ିଆ ରାସ୍ତାରେ ୩ କିଲୋମିଟର । କିନ୍ତୁ ରାସ୍ତାନଥିବାରୁ ଜରୁରୀକ ପରିସ୍ଥିତିରେ ଗ୍ରାମବାସୀ ରୋଗୀମାନଙ୍କୁ ସେହି ୩ କିଲୋମିଟର ଦୂରତା ଥିବା ପାହାଡ଼ିଆ ରାସ୍ତାରେ ଭାରରେ ବୋହି ଡାକ୍ତରଖାନାକୁ ନିଅନ୍ତି । ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଗ୍ରାମବାସୀ ଝରଣା ଓ ଚୁଆପାଣିକୁ ବ୍ୟବହାର କରନ୍ତି । ବାରମ୍ବାର ଅଭିଯୋଗ ପରେ ସରକାରଙ୍କ ପକ୍ଷରୁ ଗାଁରେ ଗୋଟିଏ ନଳକୂପ ଖୋଳା ଯାଇଥିଲା, ହେଲେ ସେଥିରୁ ଦୂଷିତ ପାଣି ବାହାରୁଥିବାରୁ ଗ୍ରାମବାସୀ ଏହାକୁ ବ୍ୟବାହର କରିପାରୁନାହାନ୍ତି । ୨୩ ଆଦିବାସୀ ପରିବାରର ଗର୍ଭବତୀ ଓ ୫ବର୍ଷରୁ କମ ବୟସର ଶିଶୁମାନଙ୍କ ସ୍ୱାସ୍ଥ୍ୟସେବା ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଦାନ ପାଇଁ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ରଟିଏ ମଧ୍ୟ ନାହିଁ । ଅଙ୍ଗନୱାଡ଼ି କର୍ମୀ ନଥିବା ବେଳେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଆଶାକର୍ମୀ ମଧ୍ୟ ନାହାନ୍ତି । ଅନ୍ୟ ଏକ ଗ୍ରାମର ଆଶାକର୍ମୀ କେବେ କେମିତି ଗ୍ରାମକୁ ଆସିଥାନ୍ତି ବୋଲି ଗ୍ରାମର ମହିଳାମାନେ ପ୍ରକାଶ କରିଛନ୍ତି । ଅଙ୍ଗନୱାଡ଼ି ଶିଶୁମାନଙ୍କ ଖାଦ୍ୟ ପାଇଁ ବଣ ଜଙ୍ଗଲ ପାହାଡ଼ ଘେରା ରାସ୍ତା ଦେଇ କୁନି କୁନି ଛାତ୍ରଛାତ୍ରୀ ଗ୍ରାମଠାରୁ ପ୍ରାୟ ୩କିଲୋମିଟର ଦୂରତାରେ ଥିବା ତର୍ଗାବାଲି ଗ୍ରାମକୁ ଯାଆନ୍ତି ବୋଲି ଗ୍ରାମବାସୀ   କହିଛନ୍ତି । ଦୀର୍ଘ ବର୍ଷର ଦାବି ପରେ ମଧ୍ୟ ଆଜିଯାଏଁ ଗ୍ରାମକୁ ବିଜୁଳି ଆଲୁଅ ପହଞ୍ôଚ ପାରିନାହିଁ । ଗତ ବର୍ଷ ସରକାର ଏକ ସୋଲାର୍ ଲାଇଟ୍‌ର ବ୍ୟବସ୍ଥା କରିଥିଲେ, କିନ୍ତୁ ୬ ମାସ ଚାଲିବା ପରେ ବର୍ତ୍ତମାନ ଖରାପ ହୋଇପଡ଼ିଛି । ଗ୍ରାମବାସୀମାନେ ମୁଖ୍ୟତଃ ହଲଦୀ ଏବଂ ମକା, କୋବି ବିନ୍ସ, କଞ୍ଚା ଲଙ୍କା ଆଦି ପନିପରିବା ଚାଷ କରି ନିଜ ପେଟ ପୋଷିଥାନ୍ତି । କିନ୍ତୁ ଗାଁ’କୁ ଭଲ ରାସ୍ତାଟିଏ ନଥିବାରୁ ଅମଳ କରୁଥିବା ଫସଲକୁ ସଠିକ୍ ଦରରେ ବିକ୍ରି କରିପାରନ୍ତିନାହିଁ । କେବଳ ନିର୍ବାଚନ ସମୟରେ ନେତାମାନେ ପହଁଚି ବଡ଼ ବଡ଼ ପ୍ରତିଶ୍ରୁତି ଦେଇଆସନ୍ତି । ଏପରିକି ସ୍ଥାନୀୟ ବିଧାୟକ ମଧ୍ୟ ଅଞ୍ଚଳବାସୀଙ୍କ ଦୁଃଖରେ ସାମିଲ୍ ହୋଇପାରୁନାହାନ୍ତି । ଜିଲ୍ଲା ପ୍ରଶାସନ ସିଞ୍ଜାକୁଟୀ  ଗ୍ରାମର ବିକାଶ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ  ଗ୍ରାମରକିଛି ବୁଦ୍ଧିଜୀବି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking