31.1 C
Bhubaneswar
Monday, May 6, 2024
Homeଅପରାଧରାଜକ୍ଷମା ଖାରଜକୁ ଚାଲେଞ୍ଜ୍‌ କରି ନିର୍ଭୟା ଦୋଷୀଙ୍କ ପିଟିସନ୍‌

ରାଜକ୍ଷମା ଖାରଜକୁ ଚାଲେଞ୍ଜ୍‌ କରି ନିର୍ଭୟା ଦୋଷୀଙ୍କ ପିଟିସନ୍‌

ନୂଆଦିଲ୍ଲୀ: ପୁଣି ରାଜକ୍ଷମାକୁ ଖାରଜ ପାଇଁ ରାୟକୁ ଚାଲେଞ୍ଜ୍‌ କରି ନିର୍ଭୟା ଦୋଷୀ ପିଟିସନ୍‌ କରିଛନ୍ତି |
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଜକ୍ଷମା ଖାରଜ ବିରୋଧରେ ସୁପ୍ରିମ୍‌ କୋର୍ଟରେ କରାଯାଇଥିବା ପିଟିସନ୍‌ର ଜରୁରୀ ଶୁଣାଣି ଲାଗି ସୋମବାର ଦିନ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ମୁକେଶ ସିଂହଙ୍କ ଓକିଲ ନିବେଦନ କରିଛନ୍ତି।
ଆବେଦନକୁ ଜରୁରୀ ତାଲିକାଭୁକ୍ତ କରାଇବାକୁ ସୁପ୍ରିମ୍‌ କୋର୍ଟର ରେଜିଷ୍ଟ୍ରିକୁ ଯିବା ନିମନ୍ତେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ ମୁକେଶଙ୍କ ଓକିଲଙ୍କୁ କହିଛନ୍ତି। ଫାଶୀ ନିମନ୍ତେ ଫେବ୍ରୁଆରି ପହିଲାକୁ ଦିନ ଧାର୍ଯ୍ୟ କରାଯାଇଥିବାରୁ ଆଜି ହିଁ ରେଜିଷ୍ଟ୍ରି ଅଧିକାରୀଙ୍କ ନିକଟରେ ପହଞ୍ଚିବାକୁ ମୁକେଶଙ୍କ ଓକିଲଙ୍କୁ ପ୍ରଧାନ ବିଚାରପତି ନିର୍ଦେଶ ଦେବା ସହ କହିଲେ: ଜଣେ ଫାଶୀ ପାଇବାକୁ ଯାଉଥିବା ବେଳେ ଏହାଠାରୁ ବଳି ଜରୁରୀ ଆଉ କିଛି ନାହିଁ। ରାଜକ୍ଷମା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଖାରଜ ହେବାକୁ ଚାଲେଞ୍ଜ୍‌ କରି ମୁକେଶ ଶନିବାର ଦିନ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking