39.1 C
Bhubaneswar
Friday, April 26, 2024
Homeଅପରାଧପୁଣି ବନ୍ଧୁକ ମୁନରେ ୬ ଲକ୍ଷ ଲୁଟ୍

ପୁଣି ବନ୍ଧୁକ ମୁନରେ ୬ ଲକ୍ଷ ଲୁଟ୍

ରାଇରଙ୍ଗପୁର : ପୁଣି ବନ୍ଧୁକ ଦେଖାଇ ଲୁଟିନେଲେ ।  ବନ୍ଧୁକ ଦେଖାଇ ପାନ ବ୍ୟବସାୟୀଙ୍କ ଠାରୁ ୬ ଲକ୍ଷ ଲୁଟିନେଲେ ୩ ଜଣ ଦୁର୍ବୃତ୍ତ। ରାଇରଙ୍ଗପୁର ଟାଉନରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ ଗତ ରବିବାର ରାତିରେ ରାଇରଙ୍ଗପୁର ଟାଉନର ଏକ ହୋଲସେଲ୍ ଦୋକାନୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଦୋକାନୀ ଜଣଙ୍କ ଦୋକାନ ସଟର ବନ୍ଦକରି ଟଙ୍କା ବ୍ୟାଗ ଧରିଥିବା ବେଳେ ଝାମ୍ପିନେଲେ ୩ ଦୁର୍ବୃତ୍ତ। ଏହି ଦୁର୍ବୃତ୍ତମାନେ ଏକ ବାଇକରେ ଆସି ଦୋକାନୀଙ୍କୁ ବନ୍ଧୁକ ଦେଖାଇଟଙ୍କା ଛଡେଇ ନେଇଥିଲେ। ଦୁର୍ବୃତ୍ତମାନେ ହେଲମେଟ୍ ପିନ୍ଧିଥିବା କାରଣରୁ ସେମାନଙ୍କର ପରିଚୟ ମିଳିପାରି ନାହିଁ। ଦୋକାନୀ ଜଣଙ୍କ ରାଇରଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking