28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶନିର୍ଭୟା ମାମଲା : ସାନି ଡେଥ୍ ୱାରେଂଟର ଶୁଣାଣି ଆଜି

ନିର୍ଭୟା ମାମଲା : ସାନି ଡେଥ୍ ୱାରେଂଟର ଶୁଣାଣି ଆଜି

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସାନି ଡେଥ୍ ୱାରେଂଟ କରାଯିବା ସମ୍ପର୍କିତ ଆବେଦନ ଉପରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଆଜି ଶୁଣାଣି କରିବେ । ସାନି ଡେଥ୍ ୱାରେଂଟ ଜାରି ଲାଗି ନିମ୍ନ ଅଦାଲତରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ନିର୍ଭୟାଙ୍କ ପିତାମାତା ଏବଂ ଦିଲ୍ଲୀ ସରକାର ଗତ ଫେବୃଆରୀ ୧୧ରେ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ । ପୂର୍ବରୁ ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହଟା କୋର୍ଟଙ୍କୁ ଜଣାଇଥିଲେ ଯେ, ଏହି ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କ ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି । ଅନ୍ୟତମ ଦୋଷୀ ପବନ ଗୁପ୍ତା ଏପର୍ଯ୍ୟନ୍ତ ରାଜକ୍ଷମା ଆବେଦନ କରିନାହାନ୍ତି । ପବନ ଗୁପ୍ତା ଓକିଲ ଆବଶ୍ୟକ କରୁନାହାନ୍ତି ବୋଲି ଜଣାଇ ସାରିଛନ୍ତି । ୪ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯିବା ଲାଗି ପ୍ରଥମେ ଜାନୁଆରୀ ୨୨ ଦନି ଧାର୍ଯ୍ୟ ହୋଇଥିଲା । ପରେ ଏହାକୁ ଫେବୃଆରୀ ୧ ସକାଳ ୬ଟାକୁ ଘୁଂଚାଇ ଦିଆଯାଇଥିଲା । ମାତ୍ର ନିମ୍ନ ଅଦାଲତ ଜାନୁଆରୀ ୩୧ରେ ଏହା ଉପରେ ରୋକ୍ ଲଗାଇଥିଲେ । ଏହି ମାମଲାରେ ଯେଉଁ ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେମାନେ ହେଲେ ମୁକେଶ ସିଂହ, ବିନୟ ଶର୍ମା, ପବନ ଗୁପ୍ତା ଓ ଅକ୍ଷୟ ସିଂହ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking