32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପିଏଫ୍‌ଆଇର ୯୩ କାର୍ଯ୍ୟାଳୟରେ ଏନ୍‌ଆଇଏ ଚଢ଼ଉ: ସଂଗଠନ ପ୍ରମୁଖ ସମେତ ଶତାଧିକ ସଦସ୍ୟ ଗିରଫ

ପିଏଫ୍‌ଆଇର ୯୩ କାର୍ଯ୍ୟାଳୟରେ ଏନ୍‌ଆଇଏ ଚଢ଼ଉ: ସଂଗଠନ ପ୍ରମୁଖ ସମେତ ଶତାଧିକ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ଗୁରୁବାର ୧୫ ରାଜ୍ୟରେ ସକ୍ରିୟ ଥିବା ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)ର ୯୩ କାର୍ଯ୍ୟାଳୟ ଉପରେ ଚଢ଼ଉ କରାଯାଇଛି । ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆତଙ୍କବାଦ ସଂଗଠନକୁ ପାଣ୍ଠି ଯୋଗାଣ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟାନୁଷ୍ଠାନରେ ପିଏଫ୍‌ଆଇ ସହ ସମ୍ପୃକ୍ତ ୧୦୬ ସଦସ୍ୟଙ୍କୁ ଗିରଫ କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଗିରଫଙ୍କ ମଧ୍ୟରେ ସଂଗଠନର ପ୍ରମୁଖ ଓମା ସଲାମ ମଧ୍ୟ ସାମିଲ ଥିବା ଜଣାପଡିଛି । ବୁଧବାର ଅଧରାତିରୁ ଆରମ୍ଭ ହୋଇଥିôବା ଏହି ଚଢଉ କାର୍ଯ୍ୟକ୍ରମରେ ଏନ୍‌ଆଇଏର ୩୦୦ ଅଧିକାରୀ ସାମିଲ ଥିଲେ । ଚଢଉ ଅଭିଯାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସହାୟତା ମଧ୍ୟ ନିଆଯାଇଥିଲା । ଏନ୍‌ଆଇଏ ସୂତ୍ର ଅନୁସାରେ ୫ଟି ମାମଲାରେ ୪୫ ଲୋକଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ଆତଙ୍କବାଦ ଓ ଆତଙ୍କବାଦୀ ଗତିବିଧି ପାଇଁ ଅର୍ଥ ଯୋଗାଉଥିବା ଏବଂ ଅସ୍ତ୍ରଶସ୍ତ୍ର ଚଳାଇବା ଟ୍ରେନିଂ ଦେଉଥିବା ପିଏଫ୍‌ଆଇ ନେତା ଓ କ୍ୟାଡର୍ ସାମିଲ ଅଛନ୍ତି । ବେଆଇନ ଘୋଷିତ ଏହି ସଂଗଠନରେ ସାମିଲ ହେବା ପାଇଁ ପିଏଫ୍‌ଆଇ କର୍ମକର୍ତ୍ତାମାନେ ଲୋକଙ୍କୁ ଉସ୍‌କାଉଥିବା ଅଭିଯୋଗ ହୋଇଛି । ଉତ୍ତର ପ୍ରଦେଶ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, ଆସାମ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ପୁଡୁଚେରୀ, ଗୋଆ, ମଣିପୁର ଏବଂ ରାଜସ୍ଥାନରେ ଏଭଳି ଚଢଉ ଜାରି ରହିଛି । ଗୁରୁବାର ଗିରଫ ହୋଇଥିବା ପିଏଫ୍‌ଆଇର ୪ ଜଣ ସଦସ୍ୟଙ୍କୁ କଡା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ପଟିଆଲା କୋର୍ଟରେ ହାଜର କରାଯାଇଥିଲା । ଗିରଫ ଚାରିଜଣଙ୍କ ମଧ୍ୟରେ ପିଏଫ୍‌ଆଇର ସାଧାରଣ ସମ୍ପାଦକ ମହମ୍ମଦ ଅଲ୍ଲୀ ଜିନ୍ନା ସାମିଲ ଥିବା ଜଣାପଡିଛି । ଚଉଢ ପ୍ରତିବାଦରେ ପିଏଫ୍‌ଆଇ ପକ୍ଷରୁ ଶୁକ୍ରବାର କେରଳରେ ୧୨ ଘଣ୍ଟିଆ (ସକାଳ ୬ରୁ ସନ୍ଧ୍ୟା ୬) ହରତାଳ ଡାକରା ଦିଆଯାଇଛି । ପିଏଫ୍‌ଆଇ ପକ୍ଷରୁ ଏକ ବୟାନ ଜାରିକରି କୁହାଯାଇଛି ସ୍ୱରକୁ ଚାପିଦେବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି । କେନ୍ଦ୍ରୀୟ ଏଜେନ୍ସି ଆମକୁ ପ୍ରତାରିତ କରୁଛି । ଏନ୍‌ଆଇଏର ଏଭଳି ଚଢଉକୁ ସିପିଆଇ ନେତା ସୀତାରାମ ୟେୁଚରୀ ସମାଲୋଚନା କରିଛନ୍ତି । ଚଢଉ ପଛରେ କେଉଁ କାରଣ ରହିଛି, ତାହା ସରକାର ପ୍ରଥମେ ସ୍ପଷ୍ଟ କରନ୍ତୁ ବୋଲି ୟେଚୁରୀ ଦାବି କରିଛନ୍ତି । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଭଳି ଚଡଉକୁ ସମର୍ଥନ କରିଛନ୍ତି । ଦେଶର ସ୍ୱାଧୀନତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ବରଦାସ୍ତ କରିବା ଅନୁଚିତ ବୋଲି ରାହୁଲ କହିଛନ୍ତି ।
ଅପରପକ୍ଷରେ ଏହି କାର୍ଯ୍ୟାନୁଷ୍ଠାନକୁ ସମୀକ୍ଷା କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ୍‌, ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା ଏବଂ ଏନ୍‌ଆଇଏ ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ । ଏନ୍‌ଆଇଏ ଅଧିକାରୀଙ୍କୁ ମିଳିଥିôବା ସୂଚନା ଅନୁସାରେ କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ ଏବଂ ହାଇଦ୍ରାବାଦରେ ଆତଙ୍କୀ ଗତିବିଧି ପ୍ରୋତ୍ସାହିତ କରିବାକୁ ଜୋରସୋରରେ ଟେରର୍ ଫଣ୍ଡିଂ କରାଯାଉଛି । ସେହିପରି ଗତ କିଛିଦିନ ମଧ୍ୟରେ କେତେକ ରାଜ୍ୟରେ ପିଏଫ୍‌ଆଇ ବଡ ଆକାରରେ ଟ୍ରେନିଂ କ୍ୟାମ୍ପ୍ ଚଳାଇଥିବା ସୂଚନା ମଧ୍ୟ ମିଳିଥିଲା । ଏଥିରେ ଅସ୍ତ୍ରଶସ୍ତ୍ର ଚଳାଇବା ଟ୍ରେନିଂ ଦିଆଯିବା ସହ ଲୋକଙ୍କ ବ୍ରେନ୍‌ୱାଶ୍ ମଧ୍ୟ କରାଯାଉଥିଲା । ଲିଙ୍କ୍ ଖୋଜିବା ପରେ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking