36.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶ୧୭୦୦ କୋଟିର ବ୍ରହ୍ମସ୍ କ୍ଷେପଣାସ୍ତ୍ର ଚୁକ୍ତି ସ୍ୱାକ୍ଷରିତ

୧୭୦୦ କୋଟିର ବ୍ରହ୍ମସ୍ କ୍ଷେପଣାସ୍ତ୍ର ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ : ସମ୍ପୂର୍ଣ୍ଣ ସ୍ୱଦେଶୀ କାରିଗରୀକୌଶଳରେ ନିର୍ମିତ ବ୍ରହ୍ମସ୍ କ୍ଷେପଣାସ୍ତ୍ର କ୍ରୟ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କ୍ଷେପଣାସ୍ତ୍ର ନିର୍ମାତା ମେସର୍ସ ବ୍ରହ୍ମସ୍ ଏରୋସ୍ପେସ୍ ପ୍ରାଇଭେଟ୍ ଲିମିଟଡ୍ ସହ ୧୭୦୦ କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବ୍ରହ୍ମସ୍ କ୍ଷେପଣାସ୍ତ୍ର ମୁତୟନ କରାଯିବା ଦ୍ୱାରା ଭାରତୀୟ ନୌସେନାର ମାରକ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଭାରତ ଓ ରୁଷ୍‌ର ମିଳିତ ସହଯୋଗରେ ବ୍ରହ୍ମସ୍ ଏରୋସ୍ପେସ୍ ପକ୍ଷରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏହି କ୍ଷେପଣାସ୍ତ୍ରର ଉତ୍ପାଦନ ଭାରତରେ କରାଯାଉଛି । ଭାରତର ବ୍ରହ୍ମପୁତ୍ର ଓ ରୁଷ୍‌ର ମସ୍କୋଭା ନଦୀର ନାମକୁ ସଂଯୋଗ କରି ଏହି କ୍ଷେପଣାସ୍ତ୍ରର ନାମ ‘ବ୍ରହ୍ମସ୍‌’ ରଖାଯାଇଛିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking