28.1 C
Bhubaneswar
Friday, April 26, 2024
Homeଓଡିଶାଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ : ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା

ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ : ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା

ଜଳେଶ୍ୱର: ନବଜାତ ଶିଶୁ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଅଭିଯୋଗ । ବାଲିଆପାଳ ଥାନା ଅନ୍ତର୍ଗତ ବଡାଶ ଗ୍ରାମର ଜଣେ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ପରିବାର ଲୋକ ଗତକାଲି ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡ୍ୟୁଟିରେ ଥିବା ଡାକ୍ତର ପରୀକ୍ଷା କରି ପ୍ରସୂତିଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ପ୍ରସୂତିଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ହସପିଟାଲକୁ ପଠାଇବା ସମୟରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଏକ ଶିଶୁ ପୂତ୍ର ଜନ୍ମ ହୋଇଥିଲା ।

କୌଣସି ଡ଼ାକ୍ତର ତାଙ୍କୁ ଚିକିତ୍ସା ପାଇଁ ଆସିନଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଆଜି ସକାଳେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉଜେନା ପ୍ରକାଶ ପାଇଥିଲା । ଚିକିତ୍ସା ଅବହେଳା ଓ ଅଧିକ ଅର୍ଥ ଦାବିରେ ଉଦ୍ଦେଶ୍ୟମୂଳକଭାବେ ଡାକ୍ତର ଏଭଳି କାର୍ଯ୍ୟ କରିଥିବା ନେଇ ପରିବାର ଲୋକ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରୁଛି । ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଡ୍ୟୁଟିରେ ଥିବା ଡାକ୍ତର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking