32.1 C
Bhubaneswar
Thursday, May 2, 2024
Homeଓଡିଶାମୋଦୀ ଓ ନବୀନଙ୍କ ମିଥ୍ୟା ପ୍ରତିଶ୍ରୁତି ବନାମ୍ କଂଗ୍ରେସର ୨୫ ଗ୍ୟାରେଂଟି

ମୋଦୀ ଓ ନବୀନଙ୍କ ମିଥ୍ୟା ପ୍ରତିଶ୍ରୁତି ବନାମ୍ କଂଗ୍ରେସର ୨୫ ଗ୍ୟାରେଂଟି

ଭୁୂବନେଶ୍ୱର,  : ଦେଶକୁ ୧୦ ବର୍ଷ ଧରି ଶାସନ କରୁଥିବା ମୋଦୀ ସରକାର ଓ ଓଡ଼ିଶାକୁ ୨୪ ବର୍ଷ ଧରି ଶାସନ କରୁଥିବା ନବୀନ ସରକାର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ସଂପୂର୍ଣ୍ଣ ଭାବେ ଅସମର୍ଥ । ନିକଟରେ ମାନ୍ୟବର ସୁପ୍ରିମ୍‌କୋର୍ଟ ଇଲ୍‌କ୍ଟୋରାଲ ବଣ୍ଡକୁ ଅସାମ୍ବିଧାନିକ କହିଥିଲେ । ଏହି ବଣ୍ଡ ସ୍ୱାଧୀନ ଭାରତ ପାଇଁ ମହାଦୁର୍ନୀତି, ବିଭିନ୍ନ ଯାଂଚ ଏଜେନ୍ସିକୁ ବିଜେପି ବ୍ୟବହାର କରି ଡରାଇ ଧମକାଇ ଚାନ୍ଦା ଆଦାୟ କରୁଥିବାର ନଜିର୍ ରହିଛି । ବିଜେଡ଼ି ମଧ୍ୟ ଅପରପକ୍ଷରେ ଆଂଚଳିକ ଦଳ ମାନଙ୍କ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ଚାନ୍ଦା ପାଇଛି । ଏଥିରୁ ସ୍ପଷ୍ଟ ଅନୁମେୟ ଉଭୟ ବିଜେପି ଓ ବିଜେଡ଼ି ଏହି ବଣ୍ଡ ମାଧ୍ୟମରେ ଅସାମ୍ବିଧାନିକ ଉପାୟରେ ହଜାର ହଜାର କୋଟି ଟଙ୍କାର ଚାନ୍ଦା ପାଇ କିଛି ନିର୍ଦ୍ଦିଷ୍ଟ କମ୍ପାନୀ ଓ ସେମାନଙ୍କର ମିତ୍ରକୁ ନବୀନ ଓ ମୋଦୀ ଲାଭାନ୍ୱିତ କରିଛନ୍ତି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ଅଖିଳ ଭାରତ କଂଗ୍ରେସ କମିଟିର ମିଡ଼ିଆ ସଂଯୋଜକ ପ୍ରଭାତ କୁମାର କହିଛନ୍ତି ।
ଦେଶରେ ୪୫ ବର୍ଷ ମଧ୍ୟରେ ସର୍ବାଧିକ ବେରୋଜଗାର ଏହି ମୋଦୀ ସରକାର ସମୟରେ । ୩୦ ଲକ୍ଷରୁ ଉର୍ଦ୍ଧ୍ୱ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ପଦବୀ ଖାଲି ପଡ଼ିଛି । କିନ୍ତୁ ନରେନ୍ଦ୍ର ମୋଦୀ ୪ ବର୍ଷିଆ ଅଗ୍ନବୀର୍ ଯୋଜନା ଆଣି ଯୁବ ସମାଜକୁ ଭଣ୍ଡେଇବା ପାଇଁ ଉଦ୍ୟମ କରୁଛନ୍ତି । ବର୍ଷକୁ ୨ କୋଟି ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିବା ମୋଦୀ ସରକାର ୧୦ ବର୍ଷରେ ୨୦ କୋଟି ନିଯୁକ୍ତି ଦେବାରେ ସଂପୂର୍ଣ୍ଣ ଅସମର୍ଥ । ରାଜ୍ୟରେ ଶାସନ କରୁଥିବା ନବୀନ ସରକାର ମଧ୍ୟ ଯୁବକମାନଙ୍କୁ ରୋଜଗାର ଦେବାରେ ବିଫଳ । ରାଜ୍ୟରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ସରକାର ପଦବୀ ଖାଲି ପଡ଼ିଥିବାବେଳେ ଏ ସବୁ ପଦବୀକୁ ପୂରଣ କରିବା ପାଇଁ ଉଦ୍ୟମ କରୁନାହାନ୍ତି । ବର୍ଷକୁ ୨ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଇଥିବା ବିଜେଡ଼ି ସରକାର ଓଡ଼ିଶାର ଯୁବକ ଓ ଯୁବତୀମାନଙ୍କୁ ଧାରାବାହିକ ଭାବେ ପ୍ରତାରିତ କରିଛନ୍ତି । ଦେଶରେ ମହିଳାମାନେ ଅସୁରକ୍ଷିତ, ସେମାନଙ୍କ ଉପରେ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି । ସେମାନଙ୍କର ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି ଦିଗରେ ବିଜେପି ସରକାରର ଭୃକ୍ଷେପ ନାହିଁ । ରାଜ୍ୟରେ ମଧ୍ୟ ମହିଳାମାନଙ୍କ କ୍ଷେତ୍ରରେ ସମାନ ଚିତ୍ର । ଉଭୟ ବିଜେଡ଼ି ଓ ବିଜେପି ମହିଳାମାନଙ୍କୁ ନ୍ୟାୟ ଦେବାରେ ସଂପୂର୍ଣ୍ଣ ବିଫଳ ।
ଉଭୟ ବିଜେଡ଼ି ଓ ବିଜେପି ସରକାରର ମିଥ୍ୟା ପ୍ରତିଶ୍ରୁତିକୁ ଲୋକମାନଙ୍କ ଆଗରେ ଉପସ୍ଥାପନ କରିବା ସହ କଂଗ୍ରେସ ୫ ନ୍ୟାୟ ଓ ୨୫ ଗ୍ୟାରେଂଟକୁ ପ୍ରତି ଘରକୁ ପହଂଚାଇବ । କଂଗ୍ରେସକୁ ଦେଶବାସୀ ଆଶିର୍ବାଦ କରି କ୍ଷମତାକୁ ଫେରାଇଲେ ଦେଶର ସମସ୍ତ ବର୍ଗଙ୍କୁ ନ୍ୟାୟ ଦେବ କଂଗ୍ରେସ । ଯୁବ ନ୍ୟାୟ, ନାରୀ ନ୍ୟାୟ, କୃଷକ ନ୍ୟାୟ, ଶ୍ରମିକ ନ୍ୟାୟ, ଭାଗିଦାରୀ ନ୍ୟାୟ ମାଧ୍ୟମରେ ୨୫ ଗ୍ୟାରେଂଟିକୁ କାର୍ଯ୍ୟକାରି କରିବ କଂଗ୍ରେସ । ଦେଶର ୧୪୦ କୋଟି ଜନତାଙ୍କ ନ୍ୟାୟ ପାଇଁ ପ୍ରତିଶ୍ରୁତି ବଦ୍ଧ କଂଗ୍ରେସ ବୋଲି କହିଥିଲେ ଶ୍ରୀ କୁମାର ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାସ ଓ ଡ. ଦେବାଶିଷ ଭୁୟାଁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking