27.8 C
Bhubaneswar
Wednesday, April 17, 2024
Homeଓଡିଶାମିଳିମିଶି ଖାଇଗଲେ ବୃଦ୍ଧ-ବୃଦ୍ଧାଙ୍କ ଟଙ୍କା,ଅନ୍ଧାରରେ ୬୭୫ ଜଣ ହିତାଧିକାରୀ

ମିଳିମିଶି ଖାଇଗଲେ ବୃଦ୍ଧ-ବୃଦ୍ଧାଙ୍କ ଟଙ୍କା,ଅନ୍ଧାରରେ ୬୭୫ ଜଣ ହିତାଧିକାରୀ

ରାୟଗଡା : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ଏହି ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ କେତେ କାର୍ଯ୍ୟକାରୀ କରାଯାଉଛି ତାହାର ବିଧିବଧ ଅନୁଧ୍ୟାନ କରାଯାଉନି । ଯାହାଫଳରେ ଆଦିବାସୀ ଅଧୂଷିତ ରାୟଗଡା ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଦୁର୍ନିତୀ ଏବେ ଲୋକଲୋଚନକୁ ଆସିବାରେ ଲାଗିଛି । ଶେଷରେ ବୃଦ୍ଧ-ବୃଦ୍ଧାଙ୍କୁ ବି ଛାଡ଼ୁନାହାନ୍ତି ସରକାରୀ ବାବୁ । ସରକାରୀ ବାବୁଙ୍କ ଇସାରାରେ ଖାଇଗଲେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ।

ପ୍ରାୟ ୫ ମାସର ୬୭୫ ଜଣ ଙ୍କ ଭତା ଟଙ୍କା ନଦେଇ ଗ୍ରାମସେବକ ବାବୁ ହଡ଼ପ କରିଦେଇଥିବା ଅଭିଯୋଗ ହୋଇଛି । ଆମେ କହୁଛୁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କଥା । କଲ୍ୟାଣସିଂହପୁର ସଦର ପଞ୍ଚାୟତରେ ବୃଦ୍ଧ-ବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା କୁଆଡେ ଗଲା ତାହା ହିତାଧିକାରୀ ମାନେ ଜାଣଇପାରୁନାହାନ୍ତି । ମୂଲ ଲାଗି ପେଟ ପୋଷିବା ସମ୍ଭବ ନୁହେଁ କେବଳ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ହିଁ ବଞ୍ଚିବାର ରାହା ଖଜୁଥାନ୍ତି ବୃଦ୍ଧବୃଦ୍ଧା । କିନ୍ତୁ ବିଣ୍ଡମ୍ବନାର ବିଷୟ ଏହିକି ସେମାନେ ଗଲା ୫ ମାସ ହେବ ବାର୍ଦ୍ଧକ୍ୟ ଭତ୍ତା ପାଇଁ ନାହାଁନ୍ତି । ଫଳରେ ପିଆଜ ଲଙ୍କା କିଣିବାକୁ ତାଙ୍କ ନିକଟରେ ପଇସା ନାହିଁ ଲୁଣ ଲଗାଇ ମୁନ୍ଦେ ମାଣ୍ଡିଆ ଯାଉ ଖାଇ ବଞ୍ଚିବାକୁ ପଢୁଛି ବୋଲି ଅଭିଯୋଗ କରିଛନ୍ତି ସଦର ପଞ୍ଚାୟତର କମଳା ହିକକା । କେବଳ କମଳା ନୁହନ୍ତି କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଓ ନିୟମଗିରି ପାହାଡ଼ ଡ଼ଙ୍ଗରିଆ କନ୍ଧ ରହୁଥିବା ଅଞ୍ଚଳ ପାରସାଲି ପଞ୍ଚାୟତର ମିଶି ୬୭୫ ଜଣ ହିତାଧିକାରୀ ୫ ମାସ ଲେଖାଏଁ ବାର୍ଦ୍ଧକ୍ୟ ଭତ୍ତା ପାଇ ନଥିବା ଅଭିଯୋଗ ହୋଇଛି ।

ଏହି ଦୁଇଟି ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ ଗ୍ରାମସେବକ ପ୍ରଦୀପ ମାଣ୍ଡାଙ୍ଗୀ ବାବୁ ହଡ଼ପ କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ହିତାଧିକାରୀ ମାନେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେବି କିଛି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି ।କଲ୍ୟାଣସିଂହପୁର ବ୍ଳକ ରେ ଏମବିପିୱାଇ ଯୋଜନାରେ ୬୩୧୮ ଓ ଏନଏସଏପି ଯୋଜନାରେ ୫୦୫୬ଜଣ ହିତାଧିକାରୀଙ୍କୁ ମିଶାଇ ମୋଟ ୧୧୩୭୪ ଜଣ ବିଧବା ଓ ବୃଦ୍ଦବୃଦ୍ଦା ମାନେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । ଏଥି ମଧ୍ୟରୁ ବ୍ୟାଙ୍କ ଖାତା ଜରିଆ ରେ ୪୫୮୬ ଜଣ ହିତାଧଇକାରୀଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯାଉଥିବା ବେଳେ ସିଧାସଳଖ ଘରକୁ ଜାଇ ସରକାରୀ ଅଧିକାରୀ ମାନେ ୬୭ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି । କିନ୍ତୁ ଗଲା ୫ ମାସ ହେଲା ବୃଦ୍ଦବୃଦ୍ଦା ଓ ବିଧବା ମାନେ ଭତ୍ତା ନପାଇ ଚିନ୍ତାରେ ପଡିଯାଇଛନ୍ତି ।

ଅନେଇ ବାରମ୍ବାର ବ୍ଲକ କାର୍ଯ୍ୟାଳୟ କୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ହିତାଧିକାରୀ ତଥାପି ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା । ପାହାଡ ଡଙ୍ଗର ମୁଲକରେ ରହୁଥିବା ଡଙ୍ଗରିଆ ଜନଜାତିଙ୍କ ଟଙ୍କା ମଧ୍ୟ ହଡପ କରାଯାଇଥିବା ନଜରକୁ ଆସିଛି । ପାରସାଲି ପଞ୍ଚାୟତର ଅନେକ ଗ୍ରାମରେ ହିତାଧିକାରୀ ମାନେ ନିୟମିତ ଭତ୍ତା ଟଙ୍କା ପାଇନଥିବା ଅଭିଯୋଗ ହୋଇଛି । ପ୍ରତିମାସରେ ସରକାରଙ୍କ ଭତ୍ତା ଟଙ୍କାକୁ ଚାହିଁବସିଥିବା ଏହି ଜନଜାତି ଏବେ ପେଟର ଭୋକରେ ଆଉଟୁପାଉଟୁ ହେଉଛନ୍ତି । ନିୟମଗିରିର କିଛି ଗ୍ରାମରେ ନିୟମିତ ଭାବେ ପ୍ରତିମାସରେ ଭତ୍ତା ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ହିତାଧିକାରୀ ମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । କେବଳ କଲ୍ୟାଣସିଂହପୁର ବ୍ଲକ ନୁହେଁ ରାୟଗଡା ଜିଲ୍ଲାର ମୁନିଗୁଡା,ଚନ୍ଦ୍ରପୁର ଓ ଗୁଡାରୀ ବ୍ଲକର ଦୁର୍ଗମ ଗ୍ରାମ ମାନଙ୍କରେ ସେହି ସମାନ ଅବସ୍ଥା ।

ଯାହାକୁ ହିତାଧିକାରୀ ମାନେ ଗୁହାରୀ କରିବେ ଉକ୍ତ ବଡ ଅଧିକାରୀ ମାନେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଜଣାପଡିଛି । କଲ୍ୟାଣସିଂହପୁର ବ୍ଲକରେ ଭତା ଟଙ୍କା ହଡବ ହେବା ଘଟଣାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯାହାକୁ ନେଇ ଆଦିବାସୀ ସଂପ୍ରଦାୟର ଲୋକେ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଘଟଣା ସମ୍ପର୍କରେ କଲ୍ୟାଣସିଂହପୁର ବ୍ଲକର ଅତିରିକ୍ତ ଗୋଷ୍ଠୀଉନ୍ନୟନ ଅଧିକାରୀ ବଳରାମ ପାତ୍ରଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ଏନେଇ ଆମ ପାଖରେ ଅଭିଯୋଗ ହେବା ସହ ଘଟଣାର ତଦନ୍ତ ଚାଲିଛି ଏବଂ ଯିଏ ଦୋଷୀ ଥିବା ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ବ୍ଳକ ପ୍ରଶାସନ କେବେ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଯୋଗାଇ ଦେଉଛି ଓ ଦୋଷୀ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking