29.1 C
Bhubaneswar
Tuesday, May 7, 2024
Homeଓଡିଶାଖଲ୍ଲିକୋଟ ମହାବିଦ୍ୟାଳୟକୁ ମିଳିଲା ନୂଆ ପରିଚୟ

ଖଲ୍ଲିକୋଟ ମହାବିଦ୍ୟାଳୟକୁ ମିଳିଲା ନୂଆ ପରିଚୟ

ଭୁବନେଶ୍ୱର: ଦେଶର ଅନ୍ୟତମ ପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ମହାବିଦ୍ୟାଳୟକୁ ମିଳିଲା ନୂଆ ପରିଚୟ । ୧୮୫୬ ମସିହାରୁ ପ୍ରଥମେ ଏକ ସ୍କୁଲ ଭାବେ ଆରମ୍ଭ ହୋଇ ପରେ ମହାବିଦ୍ୟାଳୟରେ ପରିଣତ ହୋଇଥିଲା ପୁରାତନ ସ୍ଥାନ । ଏଇ ମହାବିଦ୍ୟାଳୟରୁ ଅନେକ ସୁନାମଧନ୍ୟ ବିଦ୍ୟାର୍ଥୀ ବାହାରି କେବଳ ଜାତୀୟ ନୁହେଁ, ବରଂ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଆମ ରାଜ୍ୟ ଓ ଆମ ଦେଶ ପାଇଁ ଗର୍ବ, ଗୌରବ ଆଣି ଦେଇଛନ୍ତି। ସେହି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ଜରିଆରେ ଦକ୍ଷିଣ ଓଡ଼ିଶାକୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଉ ଏକ ଉପହାର ଭେଟି ଦେଇଛନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଏକ ଦାବି ପୂରଣ ହୋଇପାରିଛି । ନବୀନଙ୍କ ଏହି ନିଷ୍ପତ୍ତି କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ବରଂ ରାଜ୍ୟର ଶିକ୍ଷାବିତ୍, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ପୁରାତନ ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସି ଆଣିଦେଇଛି ।ଏହି ଘୋଷଣା ଅବସରରେ ଯାହା ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ତାହା ବେଶ୍ ଉଲ୍ଲେଖଯୋଗ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking