39.1 C
Bhubaneswar
Friday, April 26, 2024
Homeଓଡିଶାଜୁନ ୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ

ଜୁନ ୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର: ଚଳିତ ବର୍ଷ ଠିକ୍‌ ସମୟରେ କେରଳ ଉପକୂଳ ଛୁଇଁବ ମୌସୁମୀ। ଜୁନ ୧ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଭୂବିଜ୍ଞାନ ମନ୍ତ୍ରାଳୟ ସଚିବ ଏମ ରାଜୀବନ କହିଛନ୍ତି, ‘ଅନୁମାନ କରାଯାଉଛି ୧ ଜୁନ୍‌ ସୁଦ୍ଧା କେରଳ ଛୁଁଇପାରେ ମୌସୁମୀ। ଏହା ବର୍ତ୍ତମାନର ସଂକେତ। ଆଇଏମଡି ପକ୍ଷରୁ ମୌସୁମୀକୁ ନେଇ ଅଧିକାରୀକ ସୂଚନା ମେ ୧୫କୁ ଆସିବାକୁ ଥିବା ବେଳେ ବର୍ଷାକୁ ୩୧ ମେ’ରେ ସୂଚନା ମିଳିବ।’

୧ ଜୁନ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ସଂକେତ ମିଳୁଛି ବୋଲି ​‌ସେ କହିଛନ୍ତି । ଏହା ପୂର୍ବରୁ ୧୬ ଏପ୍ରିଲ୍‌ରେ ଚଳିତବର୍ଷ ୯୮ ପ୍ରତିଶତ ବର୍ଷ ହେବ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ବର୍ଷାକୁ ନେଇ କରାଯାଇଥିବା ଅନୁମାନ ଅନୁସାରେ ଏହା ୫ ପ୍ରତିଶତ କମ-ବେଶୀ ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking