38.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ମୁକାବିଲା : ନୂଆ ହେଲ୍ପଲାଇନ ନମ୍ବର

କରୋନା ମୁକାବିଲା : ନୂଆ ହେଲ୍ପଲାଇନ ନମ୍ବର

ଭୁବନେଶ୍ୱର : ଭୟଙ୍କର ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ନୂଆ ହେଲ୍ପଲାଇନ୍‍ ନମ୍ବର ଜାରି କରିଛନ୍ତି । ଏହା ଆଜିଠାରୁ ଲାଗୁ ହେବ। ତେବେ ଏହି ହେଲ୍ପଲାଇନ୍‍ ନମ୍ବରରେ ଡାକ୍ତରୀ ସେବା ଓ ଟେଲିମେଡିସିନ ସହାୟତା ଓ ପରାମର୍ଶ ମିଳିପାରିବ । ଆଜି ଦିନ ୧୧ଟାରୁ ଏହାକୁ କର୍ଯ୍ୟକାରୀ କରାଯିବ। ଏହି ନମ୍ବରଟି ହେଉଛି – ୧୪୪୧୦। ଯେଉଁମାନଙ୍କଠାରେ ଜ୍ୱର, ଥଣ୍ଡା, କାଶ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଉଛି ସେମାନେ ଏହି ନମ୍ବରକୁ ଫୋନ କରି ସ୍ୱାସ୍ଥ୍ୟ ପରାମର୍ଶ ଓ ଟେଲିମେଡିସିନ ସେବା ପାଇପାରିବେ। ଯେଉଁମାନେ କରୋନା ଆଶଙ୍କା ନେଇ ସନ୍ଦେହରେ ଅଛନ୍ତି, ସେମାନେ ମଧ୍ୟ ଏହି ନମ୍ବରକୁ ଫୋନ କରି ନିଜ ସନ୍ଦେହ ଦୂର କରିବା ସହିତ ପରାମର୍ଶ ପାଇପାରିବେ। ଏହି ନମ୍ବରକୁ ସ୍ୱତନ୍ତ୍ର ଟେଲି ମେଡିସିନ ହେଲ୍ପଲାଇନ୍‍ ନମ୍ବର ଭାବେ ବିବେଚନା କରାଯିବ।
ରାଜ୍ୟ ତଥା ରାଜ୍ୟ ବାହାରର ଅଭିଜ୍ଞ ଓ ବରିଷ୍ଠ ଡାକ୍ତରମାନେ ଏହି ହେଲ୍ପଲାଇନ୍‍ ଜରିଆରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା, ସଂକ୍ରମଣ ହେଲେ ଏହାର ଲକ୍ଷଣ, ପ୍ରାରମ୍ଭିକ ଉପଚାର, ସତର୍କତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରାମର୍ଶ ଯୋଗାଇ ଦେବେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking