29.1 C
Bhubaneswar
Saturday, April 20, 2024
Homeକରୋନାଘାତକ ସାଜିଛି କରୋନା ଭାଇରାସ : ଭାରତରେ କରୋନା ନେଲା ୧୨୪ ଜୀବନ

ଘାତକ ସାଜିଛି କରୋନା ଭାଇରାସ : ଭାରତରେ କରୋନା ନେଲା ୧୨୪ ଜୀବନ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ୍ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨୪ରେ ପହଞ୍ଚି ଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୪୭୮୯ ରହିଛି। ୩୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପକ୍ଷରେ କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ସର୍ବାଧିକ ୮୬୮ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ ପ୍ରାଣ ହରାଇ ସାରିଲେଣି। ଏହା ପଛକୁ ତାମିଲନାଡୁ ରହିଛି। ତାମିଲନାଡୁରେ ବର୍ତ୍ତମାନ ସୁଦ୍ଧା ୬୨୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। କୋଭିଡ-୧୯ ଟ୍ରାକର ତଥ୍ୟ ଅନୁସାରେ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୫୧ଦର୍ଶାଯାଇଛି। ସେମାନଙ୍କ ମଧ୍ୟରୁ ୪୭୨୩ ଏବେ ଚିକିତ୍ସାଧୀନ ଥିବାବେଳେ ୧୬୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୪୬୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।
https://onakhabar.com/2020/04/07/114-dead-covid-19-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking