28.1 C
Bhubaneswar
Saturday, April 27, 2024
Homeକରୋନାବ୍ୟାପକ ସଂକ୍ରମିତ ସ୍ଥାନରେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବ୍ୟାପକ ସଂକ୍ରମିତ ସ୍ଥାନରେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ : କରୋନା ଭୂତାଣୁର ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁୂ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି । ମାସ୍କକୁ କିପରି ବ୍ୟବହାର କରିବା ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ନୂଆ ନିୟମଜାରି କରାଯାଇଛି । ବ୍ୟାପକ ସଂକ୍ରମିତ ସ୍ଥାନରେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି ଗାଇଡ଼ଲାଇନରେ କୁହାଯାଇଛି । ହସ୍ପିଟାଲରେ ରୋଗୀଙ୍କ ସହ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ଜରୁରୀ । ଏଥିସହ ସଂକ୍ରମିତ ନଥିବା ୱାର୍ଡ଼ରେ ମଧ୍ୟ ଡ଼ାକ୍ତର , ନର୍ସ , ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟ । ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଡଐଙ ର ନୂଆ ଗାଇଡ଼ ଲାଇନରେ ମାସ୍କ କୁ କିପରି ବ୍ୟବହାର କରିବା ଏନେଇ ମଧ୍ୟ କୁହାଯାଇଛି । ପ୍ରଥମେ ମାସ୍କର ଭିତର ପଟକୁ ଚିହ୍ନଟ କରିବା । ତାପରେ ମାସ୍କ କୁ ମୁହଁରେ ଲଗାଇବା ଯେପରି ନାକ , ପାଟି , ପାଟିର ତଳଭାଗ ଅର୍ଥାତ ଚିବୁକ ଘୋଡ଼ାଇ ହୋଇ ରହିବ । ପୂର୍ବରୁ ପିନ୍ଧିଥିବା ମାସ୍କ ବା ନଷ୍ଟ ହୋଇଯାଇଥିବା ମାସ୍କକୁ ପୁଣି ବ୍ୟବହାର କରିବା ନାହିଁ । ମାସ୍କ ଗୁଡ଼ିକ ତିନି ପରସ୍ତର ହେବା ଉଚିତ । ଭିତର ପରସ୍ତଟି କଟନ ହେବା ଉଚିତ । ଯେପରି କି କାଶିଲେ ବା ଛିଙ୍କିଲେ ଏହା ନିର୍ଗତ ହେଉଥିବା ତରଳ ପଦାର୍ଥକୁ ଶୋଷଣ କରିପାରିବ । ସେହିପରି ମାସ୍କର ବାହାର ପଟ ପଲିଷ୍ଟରର ହେବା ଉଚିତ । ଘରେ ତିଆରି କରୁଥିବା ମାସ୍କକୁ ଏକାଧିକ ପରସ୍ତ କରି ବ୍ୟବହାର କରିବା ଉଚିତ । ବ୍ୟବହୃତ ମାସ୍କକୁ ସାବୁନ ବା ଡ଼ିଟରଜେଣ୍ଟରେ ଧୋଇ ଖରାରେ ଶୁଖାଇ ପୁଣି ବ୍ୟବହାର କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking