24.1 C
Bhubaneswar
Thursday, May 9, 2024
Homeଓଡିଶାଜାରି ହେଲା ନୂଆ ନିର୍ଦ୍ଦେଶନାମା, ୫୦% କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ 

ଜାରି ହେଲା ନୂଆ ନିର୍ଦ୍ଦେଶନାମା, ୫୦% କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ 

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ ଜୁଲାଇ ୧୫ତାରିଖ ପର୍ଯ୍ୟନ୍ତ ଅତିକମରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଉପସଚିବ ଓ ତଦୁର୍ଦ୍ଧ୍ୱ ପାହ୍ୟାର ଅଫିସରମାନେ ପ୍ରତିଦିନ ଅଫିସ ଆସିବେ । ଯେଉଁ କର୍ମଚାରୀମାନେ ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବେ ସେମାନେ ଅଫିସ୍ ଆସିବା ବାଧ୍ୟତାମୂଳକ । ତେବେ ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାଙ୍କୁ ଅଫିସ୍ ଆସିବା ଓ ୱାର୍କ ଫ୍ରମ ହୋମରୁ ବାଦ୍ ଦିଆଯାଇଛି । ଗୁରୁବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଆଜି ଏକ ନିର୍ଦ୍ଦେଶନାମା ଜାରି କରି ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ କିଭଳି ପରିଚାଳିତ ହେବ ସେ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ କଟକ ଓ ଭୁବନେଶ୍ୱରରେ ଥିବା ବିଭାଗୀୟ ଅଫିସ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କେଉଁ କର୍ମଚାରୀ ଅଫିସ୍ ଆସିବେ ତାହା ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ନିଷ୍ପତ୍ତି ନେବେ । ସମ୍ପୂର୍ଣ୍ଣ ଟିକାକରଣ ହୋଇନଥିବା କର୍ମଚାରୀ ଓ ରୋଷ୍ଟର ଆଧାରରେ ଅଫିସ୍ ଆସିବା ନିଷ୍ପତ୍ତି ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ନେବେ । ମାତ୍ର ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଅଫିସ୍ ଯଥା- ଏସ୍‌ଆରସି ଓ ଓସ୍‌ଡମା ଅଫିସ, ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟସେବା, ପୌର ସେବା ଆଦି କାର୍ଯ୍ୟାଳୟଗୁଡ଼ିକ ସମ୍ପୂର୍ଣ୍ଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଏହାବ୍ୟତୀତ ଯେଉଁ କର୍ମଚାରୀମାନଙ୍କୁ ରୋଷ୍ଟର ଡ୍ୟୁଟି ଆବଣ୍ଟନ ହୋଇନଥିବ ସେମାନେ ନିଶ୍ଚିତ ଭାବେ ଭିପିଏନ୍ ମାଧ୍ୟମରେ ଘାର ରହି ନିୟମିତ ଓ ବକେୟା ଅଫିସ୍ କାର୍ଯ୍ୟ କରିବେ । ଯଦି କିଛି ଜରୁରୀ ପଡ଼େ ତା’ହେଲେ ଟେଲିଫୋନ୍ ମାଧ୍ୟମରେ ସବୁ ସମୟରେ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଧସ୍ତନ ଅଫିସଗୁଡ଼ିକରେ କେତେ ସଂଖ୍ୟକ କର୍ମଚାରୀ କାର୍ଯ୍ୟ କରିବେ ସେ ନିଷ୍ପତ୍ତି ସେମାନଙ୍କର ପ୍ରଶାସନିକ ବିଭାଗ କରିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking