32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବିଶ୍ୱରେ ଆଉ ୪,୪୭,୬୯୩ ସଂକ୍ରମିତ

ବିଶ୍ୱରେ ଆଉ ୪,୪୭,୬୯୩ ସଂକ୍ରମିତ

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୪୭ହଜାର ୬୯୩ ଜଣ ସଂକ୍ରମିତ ହୋଇଥିବା ବେଳେ ୮ହଜାର ୦୮୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୨ଲକ୍ଷ ୬୬ହଜାର ୭୨୧ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭ଲକ୍ଷ ୨୧ହଜାର ୫୪୫ ଜଣକୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ୧କୋଟି ୮୫ଲକ୍ଷ ୫୩ହଜାର ୮୯୭ଜଣ ଲୋକ ସକ୍ରିୟ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ବ୍ରାଜିଲରେ ୨ କୋଟି ୧୨ ଲକ୍ଷ ୪୭ ହଜାର ୬୬୭ ସଂକ୍ରମିତ ଓ ୫ ଲକ୍ଷ ୯୧ ହଜାର ୫୧୮ ମୃତ, ବ୍ରିଟେନରେ ୭୪ ଲକ୍ଷ ୯୬ ହଜାର ୫୪୩ ସଂକ୍ରମିତ ଓ ୧ ଲକ୍ଷ ୩୫ ହଜାର ୪୫୫ ମୃତ, ରୁଷିଆରେ ୭୩ ଲକ୍ଷ ୧୩ ହଜାର ୮୫୧ ସଂକ୍ରମିତ ଓ ୧ ଲକ୍ଷ ୯୯ ହଜାର ୮୦୮ ମୃତ, ଫ୍ରାନ୍ସରେ ୬୯ ଲକ୍ଷ ୬୪ ହଜାର ୬୯୯ ସଂକ୍ରମିତ ଓ ୧ ଲକ୍ଷ ୧୬ ହଜାର ୨୫୧ ମୃତ, ତୁର୍କୀରେ ୬୯ ଲକ୍ଷ ୪ ହଜାର ୨୮୫ ସଂକ୍ରମିତ ଓ ୬୨ ହଜାର ୬୫ ମୃତ, ଇରାନରେ ୫୪ ଲକ୍ଷ ୫୯ ହଜାର ୭୯୬ ସଂକ୍ରମିତ ଓ ୧ ଲକ୍ଷ ୧୭ ହଜାର ୯୦୫ ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୪୩ ହଜାର ୨୩୧ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୫୭୯ ମୃତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking