26.1 C
Bhubaneswar
Tuesday, May 7, 2024
Homeଓଡିଶାଆଜି ରାଜ୍ୟରେ ଆଉ ୫୩୫ କରୋନା ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟରେ ଆଉ ୫୩୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଏବେ ବି ଜାରି ରହିଛି କରୋନା ସଂକ୍ରମଣ । ଦେଶ ତଥା ରାଜ୍ୟକୁ କରୋନାର ତୃତୀୟ ଲହର ଆସନିଥିଲେ ବି ସଂକ୍ରମଣ ଜାରି ରହିଛି । ଅନେକ କଟକଣା ପରେ ବି ଏହା ହ୍ରାସ ହେବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଆଜି ରାଜ୍ୟରୁ  ୫୩୫ ଜଣ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୨୮୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୧ ହଜାର ୧୮୦ରେ ପହଂଚିଛି । ଏ ନେଇ  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନ ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ମୟୂରଭଂଜରୁ ୨୨, ଜଗତସିଂହପୁର, ପୁରୀରୁ ୨୦-୨୦, ବାଲେଶ୍ୱରରୁ ୧୬, ଯାଜପୁରରୁ ୧୪, ସମ୍ବଲପୁର, ସୁନ୍ଦରଗଡ଼ରୁ ୮-୮, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୭ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲାରୁ ୫, ଗଂଜାମରୁ ୩, ଦେବଗଡ଼ରୁ ୨, ବରଗଡ଼, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନୂଆପଡ଼ା, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking