28.1 C
Bhubaneswar
Saturday, April 27, 2024
Homeଅପରାଧପଡ଼ୋଶୀଙ୍କ ପିଲାଙ୍କ ସହ ପଡ଼ୋଶା କରିଲେ ଏପରି କିଛି କାମ

ପଡ଼ୋଶୀଙ୍କ ପିଲାଙ୍କ ସହ ପଡ଼ୋଶା କରିଲେ ଏପରି କିଛି କାମ

କୋଲକତା : ପିଲା ଦୁଇ ଜଣଙ୍କର ପଡ଼ୋଶୀଙ୍କ ଉପରେ ଥିଲା ବିଶ୍ୱାସ । ପିଲାମାନଙ୍କର କୌଣସି ଭୁଲ୍ ନଥିଲା । ସେମାନଙ୍କର ଏତିକି ହି ଭୁଲ ଥିଲା , ସେମାନେ ଅଭିଯୁକ୍ତର ପଡ଼ୋଶୀଙ୍କ ପିଲା । ବାପା ଉପରେ ରଖିଥିବା କ୍ରୋଧକୁ ଅଭିଯୁକ୍ତ ସାରିଲେ ପିଲାଙ୍କ ଉପରେ । ଏପରି ଏକ ଅଭାବନୀୟ ଘଟଣା କୋଲକତାରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ରାଜଧାନୀ ରେ ଏହି ହୃଦୟ ଥରିଯିବା ପରି ଘଟଣା ଘଟଯାଇଛି । କଲିକତାରେ ବୁର୍ରା ବଜାର ଅଞ୍ଚଳରେ ଏକ ୫୫ ବର୍ଷୀୟ ବ୍ୟକ୍ତି ଦୁଇଟି ପିଲାଙ୍କୁ ଏକ ଚାରି ମହଲା ଛାତରୁ ତଳକୁ ଠେଲି ଦେଇଛନ୍ତି । ପିଲାମାନଙ୍କର କୌଣସି ଭୁଲ୍ ନଥିବା ବେଳେ ଉକ୍ତ ଯୁବକ ଜଣଙ୍କର ତାଙ୍କ ପଡ଼ୋଶୀଙ୍କ ସହ ବିବାଦ ଲାଗି ରହିଥିଲା । ଆଉ ଏହି ବିବାଦ ପାଇଁ ଦୁଇଟି ଛୋଟ ପିଲ ବଳି ପଡ଼ିଥିଲେ ।
ମୃତ ଦୁଇ ପିଲାଙ୍କ ମଧ୍ୟରେ ଜଣଙ୍କର ବୟସ ୨ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୭ ବର୍ଷ ହେବ । ଘଟଣାସ୍ଥଳରେ ପୁଲିସ୍ ଅଧିକାରୀ ମୁରଲୀଧର ଶର୍ମା ପହଁଚିବା ପରେ ୨ ବର୍ଷାୟ ଶିଶୁର ମୃତ୍ୟୁ ହୋଇସାରିଥିଲା । ୭ ବର୍ଷୀୟ ପିଲାଟି ଗୁରୁତର ଭାବରେ ଆହତ ହୋଇଥିଲେ । ତାକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ଦିଆଯାଇଥିଲା । ମାତ୍ର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ କହିଥିଲେ ଯେ , ଛାତ ଉପରୁ ଦୁଇ ପିଲାଙ୍କୁ ଠେଲି ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ହେଲା । ପୁଲିସ ଦ୍ୱାରା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ , ଅଭିଯୁକ୍ତର ମୃତ ପିଲାଙ୍କର ବାପାଙ୍କ ସହ ମନମାଳିନ୍ୟ ଥିଲା । ତେବେ ଅଭିଯୁକ୍ତକୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିବ ବୋଲି ପୁଲିସ ଅଧିକାରୀ ମୁରଲୀଧର ଶର୍ମା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking