28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବିବାହ ବନ୍ଧନରେ ବାନ୍ଧି ହେଲେ ନେହା କକ୍କର

ବିବାହ ବନ୍ଧନରେ ବାନ୍ଧି ହେଲେ ନେହା କକ୍କର

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ଲେ-ବ୍ୟାକ୍ ସିଙ୍ଗର ସୁନ୍ଦରୀ ନେହା କକ୍କର । ଶନିବାର ଦିଲ୍ଲୀରେ ଥିବା ଗୁରୁଦ୍ୱାରରେ ସେ ତାଙ୍କ ପ୍ରେମିକ ରୋହନପ୍ରୀତ୍ ସିଂହଙ୍କୁ ବିବାହ କରିଛନ୍ତି । ଶିଖ୍ ରୀତିନୀତିରେ ଏହି ବିବାହ ସମ୍ପନ୍ନ ହୋଇଛି । ଉଭୟଙ୍କ ଆନନ୍ଦ କରାଜ ବିଧି ଦିଲ୍ଲୀରେ କରାଯାଇଛି । ବିବାହ ବେଳେ ନେହା ଓ ରୋହନପ୍ରୀତ୍ ପିଙ୍କ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି । ନେହା ଏଯାଏଁ ତାଙ୍କ ବାହାଘରର ଫଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିନାହାଁନ୍ତି । କିନ୍ତୁ ତାଙ୍କ ଫ୍ୟାନ୍‌ମାନେ ବାହାଘର ବେଳର ଦୃଶ୍ୟକୁ କ୍ୟାମେରାରେ କଏଦ୍ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓକୁ ଦେଖି ତାଙ୍କର ଫାନ୍‌ମାନେ ପସନ୍ଦ କରିବା ସହ ଦୁହିଁଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking