29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଖୁବଶୀଘ୍ର ଏନଟିଏ ପୋର୍ଟାଲରେ ନିଟ ରେଜଲ୍ଟ

ଖୁବଶୀଘ୍ର ଏନଟିଏ ପୋର୍ଟାଲରେ ନିଟ ରେଜଲ୍ଟ

ନୂଆଦିଲ୍ଲୀ : ଜାତୀୟ ଯୋଗ୍ୟତା ଏଜେନ୍ସି ପ୍ରବେଶିକା ପରୀକ୍ଷା (ନିଟ) ରେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଖୁବଶୀଘ୍ର ତଥା ଯେକୌଣସି ସମୟରେ ଏହାର ଫଳାଫଳ ପ୍ରକାଶ କରାଯିବ ବୋଲି ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଆଶା ରଖିଛି । ଛାତ୍ରଛାତ୍ରୀମାନେ ସରକାରୀ ୱେବସାଇଟ୍ neet.nta.nic.in ଏବଂ ntaresults.nic.in ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି ।

ଦୀପାବଳି ପୂର୍ବରୁ ଏନଟିଏ ରେଜଲ୍ଟ ୨୦୨୧ ଘୋଷଣା କରିବାର ସମ୍ଭାବନା ରହିଛି । ତେବେ କୌଣସି ଅଫିସିଆଲ୍ ଅପଡେଟକୁ ଅପେକ୍ଷା କରାଯାଇଛି । ନିଟ (ୟୁଜି) ୨୦୨୧ର ଫଳାଫଳକୁ ସେମାନଙ୍କର ଯୋଗ୍ୟତା ମାନଦଣ୍ଡ / ଅନ୍ୟାନ୍ୟ ନିୟମ / ପ୍ରଯୁଜ୍ୟ ନିୟମାବଳୀ / ନିର୍ଦ୍ଦେଶାବଳୀ / ନିୟମ ଅନୁଯାୟୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ବ୍ୟବହାର କରାଯାଇପାରେ । ସେହିପରି, ନିଟ ୨୦୨୧ ଫଳାଫଳ ତଥ୍ୟ ବିଭିଏସସି ଆଣ୍ଡ ଏଏଚ ପାଠ୍ୟକ୍ରମରେ ସ୍ୱୀକୃତିପ୍ରାପ୍ତ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟରେ ଭିସିଆଇର ୧୫% କୋଟା ଅନ୍ତର୍ଗତ ଆଡମିଶନ ପାଇଁ ଦରକାର ହୋଇପାରେ। ତଥାପି ଫଳାଫଳର ଉକ୍ତ ତଥ୍ୟ ହାସଲ କରିବାକୁ ପରିଷଦକୁ ଡିଜିଏଚଏସ, ଏମଓଏଚଏଫଡବ୍ଲୁର ଏମ୍ସିଛି ଏମସିସି ନିକଟକୁ ଯିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking