30.1 C
Bhubaneswar
Monday, May 6, 2024
Homeଓଡିଶାଆସନ୍ତାକାଲି ଠୁ ‘ଘର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମ

ଆସନ୍ତାକାଲି ଠୁ ‘ଘର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତାକାଲି ଠୁ ଆରମ୍ଭ ହେବ ‘ଘର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମ । କୋଭିଡ୍ ଟିକା ନେଇ ନ ଥିବା ବ୍ୟକ୍ତିଙ୍କ ଚିହ୍ନଟ ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସମ୍ମୁଖ ଯୋଦ୍ଧା ତଥା ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ନର୍ସ, ଏସଏଚଜି ଗ୍ରୁପଙ୍କ ସହଯୋଗରେ ଯେଉଁମାନେ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ନେଇନାହାନ୍ତି ତାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରାଯିବ। ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ବ୍ୟକ୍ତି ଦ୍ବିତୀୟ ଡୋଜ ନେଇ ନାହାନ୍ତି । ଏହି ମାସ ଶେଷ ସୁଦ୍ଧା ଦ୍ବିତୀୟ ଡୋଜ୍ ଡ୍ୟୁ ହୋଇ ସାରିଥିବା ଲୋକଙ୍କ ଶତ ପ୍ରତିଶତ ଟିକାକରଣ ଦିଆ ଯାଇପାରିବ। ସେହିପରି ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ ଟିକାକରଣ ସରିବ ବୋଲି କହିଛନ୍ତି। ଏହାଛଡ଼ା ଏଣିକି ଯେଉଁ ଗାଁର ଲୋକସଂଖ୍ୟା ଅଧିକ, ସେଠି ଟିକାକରଣ କେନ୍ଦ୍ରର ସଂଖ୍ୟା ବଢ଼ାଯିବ ବୋଲି ସେ କହିଛନ୍ତି।

ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଟିକା ନେଇ ନଥିବା ଲୋକଙ୍କୁ ନଭେମ୍ବର ମାସରେ ପଥମ ଡୋଜ୍ ଟିକା ନେବାକୁ ପ୍ରବର୍ତ୍ତା ଯିବ । ଏହା ହେଉଛି ‘ଘର ଘର ଦସ୍ତକ’ ଟିକାକରଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଡିସେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ ଅଧିକ ସମସ୍ତେ ଯେମିତି ପ୍ରଥମ ଡୋଜ୍ ଟିକା ନେଇ ସାରିବେ ତା ଉପରେ ଧ୍ୟାନ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଟିକାକରଣ କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି । ଏଥିପାଇଁ ବିଭିନ୍ନ ଗ୍ରାମାଞ୍ଚଳରେ ନୂତନ ଟିକାକରଣ କେନ୍ଦ୍ର ଖୋଲାଯାଉଛି । ସୂଚନା ଯେ, ବର୍ତ୍ତମାନ ସୁଦ୍ଧା ୨ କୋଟି ୫୭ ଲକ୍ଷ୍ୟ ଲୋକ ପ୍ରଥମ ଡୋଜ୍ ନେଇ ସାରିଲେଣି । ଯାହାକି ସମସ୍ତ ହିତାଧିକାରୀଙ୍କର ୭୯ % । ସେହିପରି ଦ୍ବିତୀୟ ଡୋଜ୍ ୧ କୋଟି ୧୫ ଲକ୍ଷ ନେଇଛନ୍ତି । ଯାହାକି ୩୫% ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking