30.1 C
Bhubaneswar
Friday, April 26, 2024
Homeଅପରାଧଏନ୍‌ସିଆରବି ରିପୋର୍ଟ : ୨୦୨୦ରେ ଛତିଶଗଡ଼ରେ ସର୍ବାଧିକ ମାଓ ହିଂସା

ଏନ୍‌ସିଆରବି ରିପୋର୍ଟ : ୨୦୨୦ରେ ଛତିଶଗଡ଼ରେ ସର୍ବାଧିକ ମାଓ ହିଂସା

ନୂଆଦିଲ୍ଲୀ: ଗତବର୍ଷ ଅର୍ଥାତ ୨୦୨୦ରେ ଛତିଶଗଡରେ ସବୁଠାରୁ ଅଧିକ ମାଓମାଦୀ ହିଂସା ଘଟଣା ଦେଖିବାକୁ ମିଳିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆରବି) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି । ଗତବର୍ଷ ଛତିଶଗଡରେ ମାଓବାଦୀଙ୍କ ପକ୍ଷରୁ ସର୍ବାଧିକ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଲୁଟ୍ ଇତ୍ୟାଦି ଘଟଣା ଘଟିଛି । ୨୦୨୦ରେ ମାଓବାଦୀମାନେ ୭୪ ଜଣଙ୍କୁ ହତ୍ୟା କରିଥିବାବେଳେ କେବଳ ଛତିଶଗଡରେ ମୃତକଙ୍କ ସଂଖ୍ୟା ୬୨ ବୋଲି ଜଣାପଡିଛି । ସେହିପରି ୪୧ଟି ଲୁଟ୍ ଘଟଣା ମଧ୍ୟରୁ ଛତିଶଗଡରେ ୩୯ଟି ଘଟଣା ଘଟିଛି । ଗତବର୍ଷ ମାଓବାଦୀଙ୍କ ପକ୍ଷରୁ ଦେଶରେ ମୋଟ ୧୭୨ଟି ହତ୍ୟା ଉଦ୍ୟମ କରାଯାଇଥିବାବେଳେ ଛତିଶଗଡରେ ଏହି ସଂଖ୍ୟା ୧୩୯ ।

ମାଓବାଦୀମାନେ ଗତବର୍ଷ ୧୨ଟି ଲୁଟ୍ ଘଟଣା ଘଟାଇଥିବାବେଳେ ଛତିଶଗଡରେ ୭ଟି ଘଟଣା ଦେଖିବାକୁ ମିଳିଛି । ମାଓବାଦୀଙ୍କ ତରଫରୁ ୨୨ଟି ବିସ୍ଫୋରଣ ଘଟଣା ମଧ୍ୟରୁ ଛତିଶଗଡରେ ୧୯ଟି ଘଟଣା ଘଟିଥିବା ରିପୋର୍ଟରୁ ଜଣାପଡିଛି । ମାଓବାଦୀଙ୍କ ଆକ୍ରମଣରେ ଦେଶରେ ୫୯ ଯବାନ ସହିଦ ହୋଇଥିବାବେଳେ ଛତିଶଗଡରେ ଏମାନଙ୍କ ସଂଖ୍ୟା ୫୫ ବୋଲି କୁହାଯାଇଛି । ମାଓବାଦୀ ହିଂସାରେ ଛତିଶଗଡ ପଛକୁ ଝାଡ଼ଖଣ୍ଡ ଓ ମହରାଷ୍ଟ୍ର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଛତିଶଗଡର ୧୪ଟି ଜିଲ୍ଲା ମାଓପ୍ରବଣ ହୋଇଥିବାବେଳେ ୮ଟି ଜିଲ୍ଲାରେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କୁହାଯାଇଛି ।

ବସ୍ତର ଡିଭିଜନର ମାଓବାଦୀଙ୍କ ଦୌରାତ୍ମ୍ୟ ସବୁଠାରୁ ଅଧିକ ରହିଛି । ପ୍ରାୟ ୪୦ ହଜାର ବର୍ଗ କିଲୋମିଟର ଏହି ବସ୍ତର ଅଞ୍ଚଳରେ ୧୫ ଲକ୍ଷ ଲୋକ ବାସ କରୁଛନ୍ତି । ଛତିଶଗଡ଼ ପୁଲିସର ସୂଚନା ଅନୁଯାୟୀ ବସ୍ତର ଜୋନ୍‌ରେ ୪୫୦୦ ମାଓବାଦୀ ସକ୍ରିୟ ଅଛନ୍ତି । ଏମାନେ ସାଧାରଣତଃ ଜଙ୍ଗଲରେ ରହୁଥିବାବେଳେ ବସ୍ତର ଜିଲ୍ଲାର ୨ ଲକ୍ଷ ବାସିନ୍ଦା ମାଓ ସଂଗଠନର ସଦସ୍ୟ ରହିଥିବା କୁହାଯାଇଛି । ପୁନଶ୍ଚ ୨୦୨୦ରେ ଦେଶର ୮ଟି ରାଜ୍ୟରେ ମାଓବାଦୀଙ୍କ ବିରୋଧରେ ମୋଟ ୫୩୩ ମାମଲା ରୁଜୁ କରାଯାଇଥିବାବେଳେ ଛତିଶଗଡରେ ୨୯୬, ଝାଡ଼ଖଣ୍ଡରେ ୧୩୩ ଓ ମହାରାଷ୍ଟ୍ରରେ ୩୨ଟି ମାମଲା ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking