30.1 C
Bhubaneswar
Monday, May 6, 2024
Homeଓଡିଶାବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏନସିସି ଦିବସ ପାଳିତ

ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏନସିସି ଦିବସ ପାଳିତ

ଯାଜପୁର : ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏନସିସି ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ପୌରପାଳିକାର ଅଧ୍ୟକ୍ଷା ଏବଂ ସମ୍ମାନିତ ଅତିଥି ଭାବେ ବ୍ୟାସନଗର ପୌରପାଳିକାର କାର୍ଯ୍ୟନିର୍ମାହୀ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କୁମାର ମଲ୍ଲିକ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ସ୍ୱାଇଁ ଏବଂ ଏନସିସି ଅଫିସର କ୍ୟାପଟେନ୍ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ପାଇଲଟ୍ ମାନଙ୍କ ତତ୍ତ୍ୱାବଧାନରେ ପ୍ୟରେଡ଼୍ ସ୍ଥଳକୁ ପାଛୋଟି ନେଇଥିଲେ । ମହାବିଦ୍ୟାଳୟର କ୍ରୀଡ଼ା ପ୍ରାଙ୍ଗଣରେ ତିନୋଟି ଏନସିସି ପ୍ଲାଟୁନକୁ ନେଇ ସୁନ୍ଦର ପ୍ୟାରେଡ଼ର ଆୟୋଜନ କରାଯାଇଥିଲା । ଉକ୍ତ ପ୍ୟାରେଡ଼ରେ ମୁଖ୍ୟ ଅତିଥି ଶ୍ରୀମତୀ ପିଙ୍ଗୁଆ ଅଭିବାଦନ ଗ୍ରହଣ କରିଥିଲେ । ପ୍ୟାରେଡ଼ର ବିଚାରପତି ଭାବରେ ଓଡ଼ିଶା ପୋଲିସର କର୍ମଚାରୀ ଶ୍ରୀଯୁକ୍ତ କାହ୍ନୁଚରଣ ପରିଡ଼ା, ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଓ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ସ୍ୱାଇଁ ଯୋଗଦାନ କରି ବିଜୟୀ ପ୍ଲାଟୁନକୁ ଚୟନ କରିଥିଲେ । ଉକ୍ତ ପ୍ୟାରେଡ଼ରେ ଏକ ଓଡ଼ିଶା ବଟାଲିୟନଏନ୍.ସି.ସି. କଟକ ପ୍ଲାଟୁନ୍,୭(ଓ) ବଟାଲିୟନ ଏନସିସି ଭଦ୍ରକ ପ୍ଲାଟୁନ୍ ଓ ୧(ଓ) ବାଳିକା ବଟାଲିୟନ ଏନସିସି ଭୁବନେଶ୍ୱର ପ୍ଲାଟୁନ୍ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ୭(ଓ) ବଟାଲିୟନ୍ ଏନ୍ସିସି ଭଦ୍ରକ ପ୍ଲାଟୁନ ବିଜୟଲାଭ କରିଥିଲା । ରଙ୍ଗାରଙ୍ଗ ପ୍ୟାରେଡ଼ର ପରିସମାପ୍ତି ପରେ ଏକ ସାଧାରଣ ସଭା ତଥା ପୁରସ୍କାର ବିତରଣ ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଏନ୍.ସି.ସି ଅଫିସର କ୍ୟାପଟେନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ବାଳିକା ଏନସିସି ବିଭାଗର ସି.ଟି.ଓ. ଶ୍ରୀମତୀ ଚିରସ୍ମିତା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଏନସିସି କ୍ୟଡ଼େଟ ମାନେ ଦେଶର ଭବିଷ୍ୟତ ଏବଂ ସମାଜର ଶୃଙ୍ଖଳାର ପ୍ରହରୀ ବୋଲି ତାଙ୍କ ଅଭିଭାଷଣରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ବ୍ୟାସନଗର ପୌରପାଳିକାର କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମଲ୍ଲିକ ଏନସିସି କ୍ୟାଡ଼େଟ୍ ମାନେ ଜୀବନର ସବୁ କ୍ଷେତ୍ରରେ ଶୃଙ୍ଖଳାକୁ ବ୍ରତ ରୂପରେ ଗ୍ରହଣ କରି, ଦେଶ ମାତୃକାର ସେବା କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ଏହି ବର୍ଷର ଉତ୍ତମ ସ୍ୱେଚ୍ଛାସେବୀ ଭାବେ ଜୁନିୟର ଅଣ୍ଡର ଅଫିସର ଶଙ୍କର୍ଷଣ ମହାନ୍ତଙ୍କୁ ମୁଖ୍ୟ ଅତିଥି ଶ୍ରୀମତି ପିଙ୍ଗୁଆ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ଏବଂ ଏନ.ସି.ସି ସାର୍ଟିଫିକେଟ୍ ପରୀକ୍ଷାରେ ସର୍ବୋଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଜୁନିୟର ଅଣ୍ଡର ଅଫିସର ରାଣୀଲତା ଜେନାଙ୍କୁ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମଲ୍ଲିକ୍ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ଏନ୍.ସିସି. ଆଲୁମିନି ଶ୍ରୀଯୁକ୍ତ ମାନସ ରଂଜନ ମହାନ୍ତି ଏବଂ ଅନିତା ବାରିକଙ୍କୁ ଏନ୍ସିସି ପ୍ରତି ତାଙ୍କର ଅବଦାନ ପାଇଁ ମୁଖ୍ୟ ଅତିଥି ତାଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱାଇଁ ଏବଂ ଏନସିସି ଅଫିସର କ୍ୟାପଟେନ୍ ସ୍ୱାଇଁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ଉଭୟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ସମ୍ମାନିତ କରିଥିଲେ । ଶେଷରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା । ଏଥିରେ କ୍ୟଡ଼େଟ୍ମାନେ ଦେଶାତ୍ମବୋଧ ଗୀତ ଏବଂ ଲୋକଗୀତ ଗାନ କରିବା ସହିତ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ଦୀର୍ଘ ଦୁଇ ଘଣ୍ଟା ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର‌୍ୟ୍ୟକ୍ରମକୁ କ୍ୟଡ଼େଟ୍ ଅଫସନା ପରବିନ୍ ଓ ଅର୍ଚିତା ସିହ୍ନା ପରିଚାଳନା କରିଥିଲେ । ଏହି ଉତ୍ସବର ଶେଷରେ ଜୁନିୟର ଅଣ୍ଡର ଅଫିସର ଇତିଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର‌୍ୟ୍ୟକ୍ରମକୁ ପରିଚାଳନା କରିବାରେ ସିନିୟର ଅଣ୍ଡର ଅଫିସର ଦେବରାୟ ଏସ୍ ସୁନ୍ଦର ପୂର୍ତ୍ତି, ସୌମ୍ୟରଂଜନ କର ଓ ଅର୍ପିତା ସିଂହ, ଜୁନିୟର ଅଣ୍ଡର ଅଫିସର ପ୍ରଜ୍ଞା ମିଶ୍ର, ଚନ୍ଦ୍ରକାନ୍ତା ଯେନା, କ୍ୟାଡ଼େଟ୍ ଶୁଚିସ୍ମିତା ସାହୁ, ଅସ୍ମିତା ପ୍ରଧାନ, ଅବିନାଶ କର, ବିଶ୍ୱଜୀବନ ରାଉତ, ଜୀବନଜ୍ୟୋତି ନାୟକ, ଜିତେନ୍ଦ୍ର ପଣ୍ଡା, ପ୍ରିୟଙ୍କା ବିଶ୍ୱାଳ ପ୍ରଭୃତି ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଅମୁଲ୍ୟକୃଷ୍ଣ ପାଢ଼ୀ, ପ୍ରଶାନ୍ତ କୁମାର ସାହୁ, ଗୌରାଙ୍ଗ ଚରଣ ମଲ୍ଲିକ, ଅଜୟ କୁମାର ମହାକୁଡ଼, ଅଧ୍ୟାପକ ଜଗନ୍ନାଥ ବେହେରା, ରଜତ୍କାନ୍ତ ଦାସ, ସନାତନ ଦାସ, ରୂପେଶ କୁମାର ମହାରଣା, ବିବେକାନନ୍ଦ ଯେନା, ବିଭୀଷଣ ନାୟକ, ବସନ୍ତ କୁମାର ଚୌଧୁରୀ, ବିଜୟ କୁମାର ସାହୁ, ଅଧ୍ୟାପିକା ପୁନପୁନ୍ ଦାଶ, ଡ଼କ୍ତର ପ୍ରଜ୍ଞାପବର୍ତ୍ତିକା ଦାଶ, ଅନିନ୍ଦିତା ସାହାଣୀ ପ୍ରମୁଖ ଉପସ୍ଥିତ ରହି କ୍ୟାଡ଼େଟ୍ ମାନଙ୍କୁ ଉତ୍ସାହିତ କରିଥେିଲେ । ଏକ୍ସ କ୍ୟାଡ଼େଟ ଓ ବହୁ ଏନ୍ସିସି ଆଲୁମିନି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ କ୍ୟଡ଼େଟ୍ ମାନଙ୍କୁ ଭୂରିଭୂରି ପ୍ରସଂଶା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking