32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକୁହୁଡ଼ି ଯୋଗୁ ରାସ୍ତା ଦେଖାନଯିବାରୁ ବସକୁ ପିଟିଲା ଟ୍ରକ୍

କୁହୁଡ଼ି ଯୋଗୁ ରାସ୍ତା ଦେଖାନଯିବାରୁ ବସକୁ ପିଟିଲା ଟ୍ରକ୍

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବହରାଇଚ୍ ଜାତୀୟ ରାଜପଥରେ ସକାଳୁ ସକାଳୁ ବଡ ଧରଣର ଦୁର୍ଘଟଣା ହୋଇଛି। ଫଳରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ବସକୁ ପଛପଟୁ ଟ୍ରକ୍ ଧକ୍କା ମାରିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା କରାଯାଉଛି, ଏମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଦୁର୍ଘଟଣା ସମ୍ପର୍କରେ ବାହରାଇଚ୍ ଡିଏମ୍ ଦୀନେଶ ଚନ୍ଦ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ଭୋରରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଲକ୍ଷ୍ନୌରୁ ବହରାଇଚ୍ ଯାଉଥିବା ରୋଡ୍ଓ୍ବେଜ୍ ନାମକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭୋର ସାଢେ ୪ଟା ବେଳେ କୁହୁଡ଼ାର ପ୍ରକୋପ ଜାରି ରହିଥିଲା । ବହରାଇଚ୍ ଏନଏଚରେ ରାସ୍ତା ଠିକ୍ ଭାବେ ଦେଖାନହେବାରୁ ବସ୍କୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ବସ ବିଜୁଳି ଖୁଣ୍ଟରେ ମାଡ଼ ହେବା ଫଳରେ ୬ଜଣ ପ୍ରାଣ ହରାଇଛନ୍ତି । ଏହା ସହିତ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟ ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାପଡ଼ିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହା ପରେ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥି ସହ ପୋଲିସ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଏହି ମର୍ମନ୍ତୁଦ ଦୁର୍ଘଟଣା ଜରବଲ ଥାନା ଘର୍ଘରା ଘାଟ ନିକଟରେ ହୋଇଛି । ଭୟଙ୍କର ଦୁର୍ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking