28.1 C
Bhubaneswar
Saturday, April 27, 2024
Homeଅପରାଧପରୀ ମାମଲା: ଏସଏଲପି ପାଇଁ ପରାମର୍ଶ

ପରୀ ମାମଲା: ଏସଏଲପି ପାଇଁ ପରାମର୍ଶ

ନୟାଗଡ: ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଛି । ସ୍ପେଶାଲ ଲିଭ ପିଟିସନ ଦାୟର କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ହାଇକୋର୍ଟ ରିଟ୍ ପିଟିସନ ଖାରଜ କରିଥିବାରୁ ଏସଏଲପି ପାଇଁ କୁହାଯାଇଛି । ହାଇକୋର୍ଟ ରାୟକୁ ଚାଲେଂଜ କରିବାକୁ ଏସଏଲପି ଦାୟର ପରାମର୍ଶ ଦିଆଯାଇଛି । ଅଗଷ୍ଟ ୧୭ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି ।

ମାମଲାର ସିବିଆଇ ତଦନ୍ତ ଦାବି କରି ପରୀ ମା’ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କରିବା ପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇବେ। ସୂଚନାଯୋଗ୍ୟ, ନୟାଗଡ଼ର ୫ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଏସଆଇଟି ସ୍ଥାନୀୟ ଜଣେ ନାବାଳକଙ୍କୁ ଗିରଫ କରିଥିଲା। କିନ୍ତୁ ଘଟଣା ପଛରେ ମନ୍ତ୍ରୀ ଅରୁଣ ସାହୁ ଏବଂ ତାଙ୍କର ଜଣେ ସହଯୋଗୀ ବାବୁଲିର ହାତ ଥିବା ଅଭିଯୋଗ ହୋଇଥିଲା। ପୁଲିସ ଆବଶ୍ୟକ ପଦକ୍ଷେପ ନ ନେବାରୁ ପରୀ ମା’ବାପା ଭୁବନେଶ୍ଵର ଆସି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିବା ପରେ ଘଟଣା ଚର୍ଚ୍ଚାକୁ ଆସିଥିଲା। ଫଳରେ ରାଜ୍ୟ ସରକାର ଏହି ମାମଲାର ଏସଆଇଟି ତଦନ୍ତ ନିର୍ଦେଶ ଦେଇଥିଲେ।

ଏସଆଇଟି ଜଣେ ନାବାଳକକୁ ଗିରଫ କରିବା ପରେ ଏହାର ତଦନ୍ତ ଉପରେ ପରୀ ମା’-ବାପା ପ୍ରଶ୍ନ ଉଠାଇଥିଲେ। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ କିମ୍ବା ଏସଆଇଟି ତଦନ୍ତ କରି ନ ଥିବା ଦର୍ଶାଇ ସେମାନେ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ। ଏ ନେଇ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଫଳରେ ସୁପ୍ରିମକୋର୍ଟ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking