27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏସିଆ ପ୍ରଶାନ୍ତ ମହାସାଗରରେ ଦୁଇ ତୃତୀୟାଂଶ ଲୋକ ପାଣିରେ ବୁଡି ମୃତ୍ୟୁବରଣ କରୁଛନ୍ତି : WHO

ଏସିଆ ପ୍ରଶାନ୍ତ ମହାସାଗରରେ ଦୁଇ ତୃତୀୟାଂଶ ଲୋକ ପାଣିରେ ବୁଡି ମୃତ୍ୟୁବରଣ କରୁଛନ୍ତି : WHO

ନୂଆଦିଲ୍ଲୀ : ବିଶ୍ବରେ ପାଣିରେ ବୁଡି ହେଉଥିବା ମୃତ୍ୟକୁ ନେଇ ଆସିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ବିଶ୍ବ ତୁଳନାରେ ଏସିଆ-ପାସିଫିକ ବା ଏସିଆ ପ୍ରଶାନ୍ତ ମହାସାଗରରେ ଦୁଇ ତୃତୀୟାଂଶ ଲୋକ ପାଣିରେ ବୁଡି ମୃତ୍ୟୁବରଣ କରୁଥିବା ଜଣାପଡିଛି ।

ଦକ୍ଷିଣ-ପୂର୍ବ ଏସିଆ ଓ ପଶ୍ଚିମାଞ୍ଚଳ ପାସିଫିକ ଅଞ୍ଚଳରେ ପାଣିରେ ବୁଡି ହେଉଥିବା ମୃତ୍ୟୁ ସମ୍ପର୍କରେ ଏକ ରିପୋର୍ଟ ଗତ ଶୁକ୍ରବାର ଲଞ୍ଚ କରିଥିଲା । ବିନା ଉଦ୍ଦେଶ୍ୟରେ ହେଉଥିବା ମୃତ୍ୟୁରେ ପାଣିରେ ବୁଡି ହେଉଥିବା ମୃତ୍ୟୁ ୩ୟ ସ୍ଥାନରେ ରହିଛି ବୋଲି ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ କ୍ଷେତ୍ରପାଲ ସିଂ କହିଥିଲେ । ଯେଉଁ ଦେଶରେ ଆର୍ଥିକ ସ୍ଥିତି ମଧ୍ୟମ ଧରଣରେ ସେଠାରେ ୯୦ ପ୍ରତିଶତ ବିନା ଉଦ୍ଦେଶ୍ୟରେ ପାଣିରେ ବୁଡି ହେଉଥିବା ମୃତ୍ୟୁ ଦେଖାଯାଉଛି । ୮୫ଟି ଦେଶ ମଧ୍ୟରୁ ପ୍ରାୟ ୪୮ଟି ଦେଶରେ ୧୫ ବର୍ଷରୁ କମ ଶିଶୁଙ୍କ ହେଉଥିବା ମୃତ୍ୟୁରେ ଏହି ପ୍ରକାରର ମୃତ୍ୟୁ ସ୍ଥାନ ପାଇଛି ।

ବୁଡିଯାଇ ହେଉଥିବା ମୃତ୍ୟୁକୁ ରୋକିବା ଉଦ୍ଦେଶ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଥମ ଥର ପାଇଁ ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି । ଏସିଆ-ପାସିଫିକ ଅଞ୍ଚଳରେ ପ୍ରାୟ ପ୍ରତିଦିନ ଲୋକମାନେ ଜଳାଶୟକୁ ବ୍ୟବହାର କରିଥାନ୍ତି । ପହଁରୁଥିବା ସମୟରେ ହେଉ କି ଦୂର ସ୍ଥାନକୁ ପାଣିରେ ଯାତ୍ରା କରିବା, ନଦୀ ଓ ପୋଖରୀରୁ ପାଣି ସଂଗ୍ରହ, ମୌସୁମୀ ସମୟରେ ନଦୀରେ ବନ୍ୟା ଆସିବା ଆଦି ପରିସ୍ଥିତିର ସାମନା କରିବା ପାଇଁ ସମୟରେ ଏହି ଅଞ୍ଚଳରେ ଲୋକମାନେ ପାଣିରେ ବୁଡି ମୃତ୍ୟୁବରଣ କରିଥାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

୨୦୧୯ ମସିହାରେ ଏସିଆ-ପାସିଫିକ ଅଞ୍ଚଳରେ ପ୍ରାୟ ୧ ଲକ୍ଷ ୪୪ ହଜାର ଲୋକଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିଲା । ଯାହାକି ବିଶ୍ବ ଡ୍ରାଉନିଂ ଡେଥ ବା ବିଶ୍ବରେ ମୋଟ ପାଣିରେ ବୁଡି ହେଉଥିବା ମୃତ୍ୟୁ ମଧ୍ୟରୁ ଏହି ଅଞ୍ଚଳରେ ୬୧ ପ୍ରତିଶତ ମାମଲା ଦେଖିବାକୁ ମିଳିଥିଲା । ସେହିପରି ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ ୭୦ ହଜାର ଲୋକଙ୍କ ଏଭଳି ମୃତ୍ୟୁ ଘଟିଥିଲା । ତେବେ ଏଥିରେ ୩୩ ପ୍ରତିଶତରୁ ଅଧିକ ୧୫ ବର୍ଷରୁ କମ ବୟସର ଶିଶୁ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking