26.1 C
Bhubaneswar
Wednesday, May 8, 2024
Homeଓଡିଶାଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ-ପ୍ରଦୀପ୍ତ ନାଏକ

ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ-ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ରାଜ୍ୟରେ ଯେ, ଆଇନଶୃଙ୍ଖଳା କେତେ କଡା କଡି ଭାବେ ଚାଲିଛି ତାହା ସ୍ପଷ୍ଟ ପ୍ରମାଣ କରିଛି । ଏଠି ରକ୍ଷକ ଭକ୍ଷକ ସାଜିଥିବା ଦେଖିବାକୁ ମିଳିଛି । ତେବେ ମହିଳା ହୁଅନ୍ତୁ କିମ୍ବା ଯୁବତୀ କେଉଁଠି ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି । ସେ ଘରେ ନୁହେଁ କି ବାହାରେ ମଧ୍ୟ ନୁହେଁ । ତେବେ ଦିନକୁ ଦିନ ନାରୀ ମାନଙ୍କ ପ୍ରତି ଦୁଷ୍କର୍ମ ଘଟଣା ବଢିବାରେ ଲାଗିଛି । ଯଦି ଦୁଷ୍କର୍ମକାରୀ ମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଆନ୍ତା ତେବେ ଦୁଷ୍କର୍ମକାରୀଙ୍କ ସଂଖ୍ୟା କମିଯାଆନ୍ତା ।
ମା’କୁ ସମ୍ମାନ ଦେବା କଥା କହୁଥିବା ସରକାରଙ୍କ ସମୟରେ ଆଜି ମହିଳା ମାନେ ଅସୁରକ୍ଷିତ ହୋଇପଡିଛନ୍ତି । ସେ କୁନ୍ଦୁଲି ପୀଡିତାଙ୍କ ଠାରୁ ଆରମ୍ଭ କରି ସ୍ମିତାରାଣୀ ଘଟଣା , ଏବଂ ପୁରୀରେ ଘଟିଥିବା ଘଟଣା ସବୁ ରାଜ୍ୟ ସରକାରଙ୍କ ଅସଲମୁଖାକୁ ପଦାରେ ପକାଇଦେଇଛି । ତେଣୁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ପ୍ରଥମେ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ପ୍ରଦୀପ୍ତ ନାଏକ ଦାବି କରିଛନ୍ତି ।
ଶ୍ରୀକ୍ଷେତ୍ର ପୁରୀରେ ଯେପରି ଭାବେ ପୋଲିସ ବାବୁ ଅସାମାଜିକ ବ୍ୟକ୍ତିମାନଙ୍କ ସହ ମିଶି ପୋଲିସ କଲୋନୀରେ ଗଣଦୁଷ୍କର୍ମ କଲେ ଏହା ଅତ୍ୟନ୍ତ ନିନ୍ଦନୀୟ । ଯଦି ଜଣେ ପୋଲିସ କର୍ମଚାରୀ ଏପରି ଘୃଣ୍ୟ କାର‌୍ୟ୍ୟ କରୁଛନ୍ତି ତେଣୁ ଏହି ଘଟଣାରେ ପୋଲିସ ବିଭାଗର ମୁଖିଆ ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଏହାର ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି । ରାଜ୍ୟରେ ଦିନକୁ ଦିନ ନାରୀ ଦୁଷ୍କର୍ମ,ନିର୍ଯାତନା ବଢି ବଢି ଚାଲିଛି । ଯାଜପୁର ସ୍ମିତାରାଣୀ, ପାଇକମାଳା, ପିପିଲି, ଏମିତି ଘଟଣା ଏହାର ଉଦାହରଣ । ପୁରୀ ଗଣଦୁଷ୍କର୍ମରେ ଖୋଦ ପୋଲିସ ଥିବାରୁ ଏହାର ତଦନ୍ତ ଠିକରେ ହେବନି । କ୍ରାଇମ ବ୍ରାଞ୍ଚ ମଧ୍ୟ ସଠିକ ତଦନ୍ତ କରିପାରିବେନି ତେଣୁ ସିବିଆଇ ତଦନ୍ତ ହେଉ । ଏହି ଘଟଣାରେ ଗୃହବିଭାଗ ମୁଖିଆ ହିସାବରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking