ବ୍ରହ୍ମପୁର ମୁସଲିମ ସଂଘର ନିଆରା କାର୍ଯ୍ୟ , ଉଭୟ ମୁସଲିମ ଓ ହିନ୍ଦୁ ଗରିବ ପରିବାରର କଲେ ବିବାହ

ବ୍ରହ୍ମପୁର(ଶକ୍ତିଧର ରାଜଗୁରୁ)-: ଗଞ୍ଜାମ ମୁସିଲିମ କଲଚୁରାଲ ଆସୋସିଏସନ ପକ୍ଷରୁ ପ୍ରତେକ ବର୍ଷ ଖାଜା ସାହିରେ ଗଣବିବାହ ଅନୁଷ୍ଠିତ ହେଉଆସୁଅଛି। ଏହିପରି ପଦକ୍ଷେପକୁ ସାରା ମହଲରେ ପ୍ରଶଂସା କରାଯାଇଛି। ସେହିପରି ରବିବାର ଦିନ ଗଞ୍ଜାମ ମୁସିଲିମ ଆସୋସିଏସନ ପକ୍ଷରୁ ୧୫ଜଣ ଗରିବ ପରିବାରର ଝିଅ ଓ ପୁଅ ଯୋଡ଼ିଙ୍କ ବିବାହ କାର‌୍ୟ୍ୟ ସମ୍ପର୍ଣ୍ଣ କରାଯାଇଛି। ଏଥିରେ ୧୧ଯୋଡି ମୁସିଲିମ ପରିବାର ଥିବାବେଳେ ୪ଟି ହିନ୍ଦୁ ପରିବାରର ଯୋଡି ଥିଲେ। ଗରିବ ଯୋଗୁଁ ପରିବାର ଲୋକେ ସେମାନଙ୍କ ପୁଅଝିଅଙ୍କ ବିବାହ କଥା ଚିନ୍ତା କରିପାରୁନଥିଲେ। ବିବାହ ପାଇଁ ହେଉଥିବା ସର୍ବନିମ୍ନ ଖର୍ଚ୍ଚ ବହନ କରିବାକୁ ମଧ୍ୟ ସେମାନଙ୍କର ସକ୍ଷମ ନଥିଲା। କିନ୍ତୁ ପୁଅଝିଅଙ୍କ ବିବାହ ବୟସ ହୋଇସାରିଥିଲା ଯାହାକୁ ନେଇ ପରିବାର ଲୋକଙ୍କ ଚିନ୍ତା ବଢୁଥିଲା। ଗଞ୍ଜାମ ମୁସିଲିମ ସାଂସ୍କୃତିକ ସଙ୍ଘ ସହାୟତାରେ ୧୫ଯୋଡି କୁଆଁରୀ ଝିଅପୁଅଙ୍କ ମିଳନର ବାଟ ଖୋଲିଯାଇଥିବା ବେଳେ ଜାତି, ଧର୍ମ ବର୍ଣ୍ଣ ନିଵିଶେଷରେ ଭିନ୍ନ ସମ୍ପ୍ରଦାୟର ଗରିବ ପୁଅଝିଅଙ୍କୁ ଗୋଟିଏ ଛାତତଳେ ଦେଖିବାକୁ ମିଳିଥିଲା। ମୋଟ ୧୫ଯୋଡ଼ା ପୁଅଝିଅଙ୍କ ମଧ୍ୟରୁ ୪ଯୋଡ଼ା ହିନ୍ଦୁ ପୁଅଝିଅଙ୍କ ବିବାହ ନିକଟସ୍ଥ ମନ୍ଦିରରେ ରୀତିନୀତି ଅନୁସାରେ କରାଯାଇଥିଲା। ଅବଶିଷ୍ଟ ୧୧ଯୋଡ଼ା ପୁଅଝିଅଙ୍କ ବିବାହ ମଧ୍ୟ ମୁସିଲିମ ରୀତିନୀତି ଅନୁସାରେ କରାଯାଇଥିଲା। ପ୍ରତେକ ଦମ୍ପତ୍ତିଙ୍କ ଚଳିବକ୍ଷ ପାଇଁ ଆସୋସିଏସନ ପକ୍ଷରୁ ଆବଶ୍ୟକୀୟ ଆସବାବପତ୍ର ଯଥା ଖଟ, ଆଲମିରା, ଫ୍ରିଜ, ବାସନକୁସନ, ଲୁଗାପଟା ଇତ୍ୟାଦି ପ୍ରଦାନ କରାଯାଇଥିଲା। ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ପ୍ରଦାନ କରିବାକୁ ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜ଼ିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଏସପି ପିନାକ ମିଶ୍ର ଖକ୍ଷଜାସାହିରେ ପହଞ୍ଚିଥିଲେ। ଜ଼ିଲ୍ଲକ୍ଷପାଳ ଶ୍ରୀ କୁଲାଙ୍ଗେ ନବଦମ୍ପତ୍ତିଙ୍କୁ ଆଶ୍ରିବାଦ ସହ ଗିଫ୍ଟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁସିଲିମ କଲଚୁରାଲ ଆସୋସିଏସନର ସଭାପତି ଡ଼. ସୟିଦ ଇସମାଇଲ, ସମ୍ପାଦକ ରହିମ ଖାନ ଉପସ୍ଥିତ ଥିଲେ। ଏସଏ ଖଲିଲ, ଆରମୂରଲି ମୋହନ, ମମତା ବିଷୋୟୀ, ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।