28.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରାକୃତିକ ଉପାୟରେ ଧଳା କେଶ କରନ୍ତୁ କଳା

ପ୍ରାକୃତିକ ଉପାୟରେ ଧଳା କେଶ କରନ୍ତୁ କଳା

ଭୁବନେଶ୍ୱର : ଆଜିକାଲି କମ୍ ବୟସ ପିଲାଙ୍କର କେଶ ଧଳା ହେବାରେ ଲାଗିଛି । ଏନେଇ କେଶର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ । ଭୁଲ ଖାଦ୍ୟପେୟ , ପ୍ରଦୂଷଣ କାରଣରୁ ସାଧାରଣତଃ କମ ବୟସରେ କେଶର ରଙ୍ଗ ଧଳା ହୋଇଥାଏ । ଯଦି ଆପଣ ବି ଧଳା କେଶକୁ ନେଇ ଚିନ୍ତିତ ଅଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଧଳା କେଶକୁ କଳା କରିବା ପାଇଁ ଆପଣ ଦେଶୀ ଘିଅକୁ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ବ୍ୟବହାର..

– ଘିଅରେ ଅଳ୍ପ ବାଦାମ ତେଲ ମିଶାଇ କେଶ ମୂଳରେ ମାଲିସ କରନ୍ତୁ । ୧୫ ମିନିଟ ରଖିବା ପରେ ଗୋଲାପ ଜଳ ବ୍ୟବହାର କରି ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେଶ କଳା, ନରମ ହୋଇଥାଏ ।

– ପ୍ରଥମେ ଘିଅକୁ ୧୦ ମିନିଟ କେଶ ମୂଳରେ ମାଲିସ କରନ୍ତୁ । ଏହାପରେ ଲେମ୍ବୁ ରସ ଲଗାଇ କିଛି ସମୟ ରଖନ୍ତୁ । ଏହାପରେ ଧୋଇ ଦିଅନ୍ତୁ । ଏପରି କିଛି ଦିନ ଲଗାତାର କରିବା ଦ୍ୱାରା କେଶର ଧଳା ରଙ୍ଗ କଳା ହୋଇଥାଏ । ଏହାସହ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ମଧ୍ୟ ସଠିକ ହୋଇଥାଏ ।

– ଲଗାତାର ୧୫ ଦିନ କେଶ ମୂଳରେ ଦେଶୀ ଘିଅ ମାଲିସ କରିବା ଦ୍ୱାରା ଦୁଇ ମୁହଁ ବିଶିଷ୍ଟ କେଶ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

– କେଶରେ ଦେଶୀ ଘିଅ ବ୍ୟବହାର କରିବା ଦ୍ୱାରା କେଶ ମୂଳ ମଜଭୂତ ହୋଇଥାଏ । କେଶର ଚମକ ମଧ୍ୟ ବୃଦ୍ଧି ପାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking