28.1 C
Bhubaneswar
Friday, March 29, 2024
Homeଓଡିଶାରୋଗ ପୋକ ନେଇ ଚିନ୍ତାରେ ଚାଷୀ

ରୋଗ ପୋକ ନେଇ ଚିନ୍ତାରେ ଚାଷୀ

ଗୁଣୁପୁର : ପ୍ରଥମେ ଲଘୁଚାପଜନିତ ଲଗାଣ ବର୍ଷା ଆଉ ଏବେ ଫସଲରେ ରୋଗ ପୋକ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଲିମାମେଡା, ତୁରକାନୀଗୁଡା, ପ୍ରଧାନୀଗୁଡା ଅଞ୍ଚଳରେ ଧାନ ଫସଲ ରେ ବ୍ୟାପକ ପୋକ ଲାଗିଯିବାରୁ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଧାର ଉଦ୍ଧାର କରି ଫସଲ ଉପୁଜାଇଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଥିବା ଦେଖିବାକୁ ମିଳିଛି । କାରଣ ଫସଲ ନଷ୍ଟ ହେଲେ ବର୍ଷ ସାରା ଓପାସ । ଏନେଇ ଗୁଣୁପୁର ବ୍ଲକ କୃଷି ଅଧିକାରୀ ଙ୍କୁ ଅବଗତ କରାଇବାରୁ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେଇ ନ ଥିଲେ ମଧ୍ୟ ପଞ୍ଚାୟତ ସ୍ତରରେ ଏଥିପାଇଁ ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି । ଘଟଣା ସ୍ଥଳକୁ ଯାଇ ନିରୀକ୍ଷଣ କରି ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking