38.1 C
Bhubaneswar
Friday, April 26, 2024
Homeଓଡିଶାଦୀର୍ଘସୂତ୍ରୀ ବ୍ୟବସ୍ଥା ଚାହିଁଲା ଓଡିଶା

ଦୀର୍ଘସୂତ୍ରୀ ବ୍ୟବସ୍ଥା ଚାହିଁଲା ଓଡିଶା

ଭୁବନେଶ୍ୱର: ବାତ୍ୟା ୟାସ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଭୁବନେଶ୍ୱରରେ ପହଂଚି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ଦୀର୍ଘସୂତ୍ରୀ ସମାଧାନ ଚାହିଁଛି ଓଡିଶା । ବୈଠକରେ ଆଲୋଚନା ନେଇ ଏସଆରସି ସୂଚନା ପ୍ରଦାନ କରିଛନ୍ତି । ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷକରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ ବ୍ୟବସ୍ଥା ଦାବି ରଖିଥିଲେ ନବୀନ । ଉନ୍ନତ ଟେକ୍ନୋଲେଜି, ଅଣ୍ଡରଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି ରଖାଯାଇଛି । ଉପକୂଳ ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ୭/୮ ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାରୁ ତାର ବ୍ୟବସ୍ଥା କରାଯିବା ଦରକାର । ଏହି ଦୁଇ କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ସହାୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବର୍ତ୍ତମାନର ବାତ୍ୟା ନେଇ କିଛି ଦାବି କରାଯାଇନାହିଁ ।

ଯାହା ଏବେ ଦରକାର ଆମେ ତାକୁ ମ୍ୟାନେଜ କରିନେବୁ । ଆଗାମୀ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦିଆଯିବ । ଅନ୍ୟପଟେ ବାତ୍ୟା ନେଇ ରାଜ୍ୟ ସରକାର କେନ୍ଦ୍ର ତୁରନ୍ତ କିଛି ନମାଗିବା ପ୍ରସଙ୍ଗରେ କରୋନା ମହାମାରୀ ଦୃଷ୍ଟିରୁ ତୁରନ୍ତ ସହାୟତା ମଗାଯାଇନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦ୍ର ଉପରେ ତୁରନ୍ତ ଆର୍ଥିକ ବୋଝ ଲଦିବାକୁ ଚାହିଁନୁ । ଯାହା ଏବେ ଦରକାର ତାହା ଆମେ ନିଜେ ମ୍ୟାନେଜ କରିନେବୁ । ଏନେଇ ଟ୍ୱିଟ ଯୋଗେଁ ମୁଖ୍ୟମନ୍ତ୍ରୀ ଏହାର କାରଣ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking