27.8 C
Bhubaneswar
Friday, April 19, 2024
Homeକରୋନାୟୁପିରେ ଯୋଗୀ ସରକାରଙ୍କ ବଡ ପଦକ୍ଷେପ

ୟୁପିରେ ଯୋଗୀ ସରକାରଙ୍କ ବଡ ପଦକ୍ଷେପ

ନୂଆଦିଲ୍ଲୀ: ପ୍ରଦେଶକୁ କରୋନା ମୁକ୍ତ କରିବା ପାଇଁ ନେଇଥିବା ସଂକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ଗ୍ରାଉଣ୍ଡ ଜିରୋକୁ ଓହ୍ଲାଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁକ୍ତ ଟିକାକରଣ କୁ ନେଇ ୧ ଜୁନରୁ ମହାଅଭିଯାନ ର ଯୋଜନା କରାଯାଉଛି । ୟୁପିର ମୁଖ୍ୟ ସଚିବ ନବନୀତ ସହଗଲ ଶୁକ୍ରବାର କହିଛନ୍ତି, ପ୍ରଦେଶର ଥିବା ବଡ ଜନସଂଖ୍ୟାଙ୍କୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚେଷ୍ଟା କରୁଛନ୍ତି । ୟୁପି ସରକାର ରାଜ୍ୟର ସମସ୍ତ ୭୫ ଜନପଦରେ ଟିକାକରଣ ଅଭିଯାନ ଆରମ୍ଭ କରିବେ । ୧୮ ଓ ୪୫ ବର୍ଷର ପ୍ରାୟ ୧ କୋଟି ଲୋକଙ୍କୁ ଟିକା ଦିଆଯିବ । ସୂଚନା ଅନୁସାରେ, ଜୁନ ୧ରେ ପ୍ରଦେଶରେ ଟିକାକରଣର ବ୍ୟାପକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଆରମ୍ଭ ହେବ । ଟେଷ୍ଟ, ଟ୍ରେସ ଓ ଟ୍ରିଟ ଫର୍ମୁଲା ଉପରେ କରୋନାକୁ ମାତ୍ ଦେଉଥିବା ଯୋଗୀ ସରକାର କୋଭିଡ ମ୍ୟାନେଜମେଣ୍ଟ ମାମଲାରେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି । କୋଭିଡ ମ୍ୟାନେଜମେଣ୍ଟରେ ୟୁପିର ହାର ରାଷ୍ଟ୍ରୀୟ ହାର ଠାରୁ ଭଲ ରହିଛି । ଦେଶରେ କରୋନା ରୋଗୀଙ୍କ ରିକଭରୀ ରେଟ ୯୦.୦୧ ପ୍ରତିଶତ ରେକର୍ଡ କରାଯାଇଛି । ଯେତେବେଳେ କି ଉତ୍ତରପ୍ରଦେଶରେ ରିକଭରି ରେଟ ୯୫.୪ ପ୍ରତିଶତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking