32.1 C
Bhubaneswar
Monday, May 27, 2024
Homeଓଡିଶାଭୀମ ଭୋଇ ମେଡିକାଲ କଲେଜ ପରିସରରେ ଜିମନାସିୟମ ଉଦ୍‌ଘାଟନ କଲେ ନରସିଂହ

ଭୀମ ଭୋଇ ମେଡିକାଲ କଲେଜ ପରିସରରେ ଜିମନାସିୟମ ଉଦ୍‌ଘାଟନ କଲେ ନରସିଂହ

ବଲାଙ୍ଗିର,୧୬/୮ – ଗତ କାଲି ମଧ୍ୟାହ୍ନ ଘ.୧୨ଟାରେ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ପରିସରରେ ଡାକ୍ତରି ଛାତ୍ର ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଜିମ୍‌ନାସିୟମ ଉଦ୍‌ଘାଟନ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କର କମଳରେ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା, କଲେଜର ଡିନ୍ ତଥା ଅଧ୍ୟକ୍ଷ ସବିତା ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ବିଧାୟକ ପାଣ୍ଠିରୁ ନିର୍ମିତ ଏହି ଜିମ୍‌ନାସିୟମ ଗୃହ ବ୍ୟତିତ ବାସ୍କେଟ ବଲ କୋର୍ଟ, ଛାତ୍ରମାନଙ୍କ ପାଇଁ ବ୍ୟାଡମିଣ୍ଟନ କୋର୍ଟର ନିର୍ମାଣ, ଛାତ୍ରୀମାନଙ୍କ ପାଇଁ ବ୍ୟାଡ ମିଣ୍ଟନ କୋର୍ଟର ନବିକରଣ ପାଇଁ ସମୁଦାୟ ୨୧ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି । ଏ ଅବସରରେ ଉପସ୍ଥିତ ଥିବା ଡାକ୍ତରୀ ଛାତ୍ର ଛାତ୍ରୀମାନଙ୍କ ସହିତ ତାଙ୍କର ଅନ୍ୟାନ୍ୟ ଅଭାବ ଅସୁବିଧା ବାବଦରେ ବିଧାୟକ ଶ୍ରୀ ମିଶ୍ର ପଚାରି ବୁଝିଥିଲେ । ଡାକ୍ତରି ଛାତ୍ର ଛାତ୍ରୀମାନେ ତାଙ୍କ ପାଇଁ କ୍ରିକେଟ ଓ ଫୁଟବଲ ପଡିଆର ଆବଶ୍ୟକତା ଉପରେ ବିଧାୟକ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଯାହାକି ବିଧାୟକ ଶ୍ରୀ ମିଶ୍ର ଶିଘ୍ର ପୁରଣ କରାଯିବାର ପ୍ରତିଶୃତି ଦେଇଥିଲେ । ପରେ କଲେଜ ପରିସର ଭିତରେ ଏକ ସୁନ୍ଦର ପାର୍କର ମଧ୍ୟ ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା । ଉତ୍ତମ ଶିକ୍ଷା ବ୍ୟତିତ ଶାରିରିକ ସୁସ୍ଥତା ଓ କ୍ରିଡା ଦିଗରେ ଯେମିତି ଡାକ୍ତରୀ ଛାତ୍ର ଛାତ୍ରୀମାନେ ନିଜର ପାରଦର୍ଶିତା ଜାହିର କରିପାରିବେ ସେ ଦିଗରେ ତିଳେମାତ୍ର ଅବହେଳା ନ କରି ମେଡିକାଲ କଲେଜ କେମ୍ପସ ଭିତରେ ଶିକ୍ଷା ସହ ଏକ ଉତ୍ତମ କ୍ରିଡା ଭିତ୍ତିଭୂମି ପ୍ରସ୍ତୁତ କରାଯିବ ବୋଲି ଛାତ୍ର ଛାତ୍ରୀମାନଙ୍କୁ ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଲେଜର ଭାଇସ ପ୍ରିନ୍ସପାଲ ଡା. ମାନସି ପଣ୍ଡା, ବିଧାୟକଙ୍କ ପ୍ରତିନିଧି ମନୀଷ ମିଶ୍ର, ଛାତ୍ର ସଂସଦ ସଭାପତି ଅନିମେଶ ଦାଶ, କ୍ରିଡା ସଂପାଦକ ରିତେଶ ମେହେର, କ୍ରିଡା ସହ ସଂପାଦକ ସାଗର ବାଗ, ଛାତ୍ରୀ ନିବାସ ସଂପାଦିକା ସୁଦିପା ମିଶ୍ରଙ୍କ ସମେତ କଲେଜର ସମସ୍ତ ବର୍ଷର ଡାକ୍ତରୀ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking