26.1 C
Bhubaneswar
Wednesday, May 8, 2024
Homeଓଡିଶାବେଦୀରୁ ଚମ୍ପଟମାରିଲେ ବରକନ୍ୟା

ବେଦୀରୁ ଚମ୍ପଟମାରିଲେ ବରକନ୍ୟା

ନରସିଂହପୁର : କଟକ ଜିଲ୍ଲା  ନରସିଂହପୁର ଥାନା ଅନ୍ତର୍ଗତ ପାଇକପଡ଼ା ପାଟଣାରେ ଜଣେ ଯୁବତୀଙ୍କ ବିବାହ ଚାଲିଥିବାବେଳେ ପୁଲିସ ଚଢ଼ଉ କରିଥିଲା । ମାତ୍ର ଚଢ଼ଉ ପୂର୍ବରୁ ବିବାହ ବେଦୀରୁ ଉଠି  ବର-କନ୍ୟା କେଉଁଆଡ଼େ ଚମ୍ପଟ ମାରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,  ପାଇକପଡ଼ା ପାଟଣାରେ ରହୁଥିବା ରବୀନ୍ଦ୍ର ନାୟକଙ୍କ କନ୍ୟାଙ୍କର ବିବାହ ପ୍ରସ୍ତୁତି ଶେଷ ହୋଇଥିଲା । ଶୁକ୍ରବାର ବିବାହ ପାଇଁ ବର ଭାବେ ରାଜେନ୍ଦ୍ର ଦାସ ନାମକ ଯୁବକ ଆସି ପହଞ୍ଚିଥିଲେ । ମାତ୍ର ବିବାହ ଶେଷ ହେବା ଆଗରୁ ସେଠାରେ ପୁଲିସ ଚଢ଼ଉ କରିଥିଲା । ହେଲେ ଚଢ଼ଉ ପୂର୍ବରୁ ଖବର ପାଇ ଉଭୟ ବର-କନ୍ୟା ଫେରାର୍ ହୋଇଯାଇଥିଲେ ।

ଢେଙ୍କାନାଳ ଜିଲ୍ଲା ବିଦ୍ୟାବନ୍ଧ ଗ୍ରାମର ଆଦିକନ୍ଦ ନାୟକଙ୍କ ଝିଅ କ୍ରିଷ୍ଣାଙ୍କୁ ସେହି ଜିଲ୍ଲା ଦକ୍ଷିଣକାଳୀ ରୋଡ୍‌ର ରାଜେନ୍ଦ୍ର ୨୦୧୬ରେ ପ୍ରଥମେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ରାଜେନ୍ଦ୍ରଙ୍କ ପରିବାର ଲୋକେ କ୍ରିଷ୍ଣାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅଧିକ ଯøତୁକ ଦାବିଥିବା ଝିଅଘର ପକ୍ଷରୁ ଅଭିଯୋଗ ହୋଇଥିଲା । ଏପରିକି ଯୌତୁକ ଅର୍ଥ ନଦେଲେ ଜୀବନରୁ ମାରିଦେବାକୁ ସେମାନେ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଢେଙ୍କାନାଳ ସଦର ଥାନାରେ ଏହି ଅଭିଯୋଗ ହେବା ପରେ ପୁଲିସ  ମାମଲା ରୁଜୁ କରିଥିଲା ।

ଅନ୍ୟପକ୍ଷରେ ୨୦୧୯ରେ ରାଜେନ୍ଦ୍ର ଢେଙ୍କାନାଳ ଫାମିଲି କୋର୍ଟରେ ଏକ ବିବାହ ବିଚ୍ଛେଦ ମୋକଦ୍ଦମା ରୁଜୁ କରିଥିଲେ । ଏବେ ଏହିସବୁ ମାମଲା ଅଦାଲତରେ ବିଚାରାଧୀନ ରହିଥିବାବେଳେ ରାଜେନ୍ଦ୍ର ନରସିଂହପୁର ଥାନା ପାଇକପଡ଼ା ପାଟଣାରେ ରହୁଥିବା ରବୀନ୍ଦ୍ରଙ୍କ ଝିଅଙ୍କୁ ବିବାହ ପାଇଁ ପ୍ରସ୍ତୁତି ଚଳାଇଥିଲେ । ଏ ସମ୍ପର୍କରେ ପ୍ରଥମ ପତ୍ନୀ ଜାଣିପାରି ନରସିଂହପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ବିବାହ ବେଳେ ପହଞ୍ଚିବା ଆଗରୁ ବେଦୀରୁ ରାଜେନ୍ଦ୍ର ଓ ବିବାହ ପାଇଁ ଥିବା କନ୍ୟା ଚମ୍ପଟ ହୋଇଯାଇଛନ୍ତି । ପୁଲିସ ଏବେ କନ୍ୟାଘର ନିକଟରେ ଜଗିରହିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking