31.1 C
Bhubaneswar
Sunday, May 19, 2024
Homeଓଡିଶାଅଭିଶପ୍ତ ଜୀବନ ଜିଉଁଛନ୍ତି ଶାରୀ

ଅଭିଶପ୍ତ ଜୀବନ ଜିଉଁଛନ୍ତି ଶାରୀ

ଗଞ୍ଜାମ : ସରକାରୀ ସହାୟତା ଉପହାସ ସଦୃଶ୍ୟ ହୋଇଛି । ଆସିକାରେ ଏହାର ସମ୍ପୂର୍ଣ୍ଣ ଭିନ୍ନ ଅବସ୍ଥା ଦେଖିବାକୁ ମିଳିଛି । ଏଠାକାର ଅଧିବାସୀ ଆର୍ଥିକ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଚେତନ । ଆସିକା ବ୍ଲକ ବାବନପୁର ଠାରେ କେନ୍ଦ୍ର ସରକାରଙ୍କ ଆଞ୍ଚଳିକ କୁଷ୍ଠ ଚିକିତ୍ସା ଓ ଗବେଷଣା କେନ୍ଦ୍ର ରହିଛି । କୁଷ୍ଠରୋଗ ନିରାକରଣ ପାଇଁ ଅନେକ ଯୋଜନା ମଧ୍ୟ ରହିଛି । କିନ୍ତୁ ଏବେ ବି କୁଷ୍ଠରୋଗୀ ସଂଖ୍ୟା ହ୍ରାସ ପାଇନାହିଁ । କୁଷ୍ଠ ରୋଗ ସମୂଳେ ଲୋପ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଘୋଷଣା କେବଳ କାଗଜକଲମରେ ଚାଲିଥିବା ମନେହେଉଛି ।

ଆସିକା ସୁନାମ୍ବ ସାହି ଶେଷ ମୁଣ୍ଡରେ ରହୁଛନ୍ତି ଶାରୀ । କବିସୂର୍ଯ୍ୟନଗର ବ୍ଲକ ଯମୁନା ଗ୍ରାମର ଝିଅ । କୋଡ଼ିଏ ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇ ଆସିକା ଆସିଥିଲେ । ସ୍ୱାମୀ ସହ ତାଙ୍କର ସୁଖର ସଂସାର ଥିଲା । ବିବାହର ଦୁଇ ବର୍ଷ ପରେ ସେମାନଙ୍କର ଗୋଟିଏ ଝିଅ ମଧ୍ୟ ହୋଇଥିଲା । ସତେ ଯେମିତି ଘରକୁ ଲକ୍ଷ୍ମୀ ଆସିଛି ବୋଲି ମନେକରି ଅନେକ ଅସୁମାରୀ ସ୍ୱପ୍ନ ଦେଖିଥିଲେ । ଏହି ଅବସରରେ ତାଙ୍କ ସ୍ୱାମୀ ବିଦେଶରେ ଦାଦନ ଖଟି ପରିବାରକୁ ଦେଖାଶୁଣା କରୁଥାନ୍ତି । ଝିଅଟିର ପାଠ ପଢାରେ ବହୁତ ଆଗ୍ରହ ଥିବା ଯୋଗୁଁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସୁରୁଖୁର ଚାଲିଥିଲା । ହଠାତ ଶାରୀଙ୍କ ଜୀବନରେ ପୂର୍ଣ୍ଣଛେଦ ପଡିବା ଆରମ୍ଭ ହେଲା । କୁଷ୍ଠ ରୋଗରେ ସେ ପୀଡ଼ିତ ହେଲେ । ଜାଣିବା ସମୟ ବେଳକୁ କୌଣସି ଉପାୟ ନଥିଲା । କୁଷ୍ଠ ରୋଗ ସ୍ଥିତି ସଙ୍କଟ ଆଡକୁ ମୁହାଁଇଥିଲେ । ଦିନକୁ ଦିନ ଗୁରୁତର ହେବାରେ ଲାଗିଥିଲା ।

ଡାକ୍ତରୀ ଚିକିତ୍ସା ପରେ ମଧ୍ୟ ପ୍ରତିକାର ହୋଇନଥିଲା । ଏତିକି ବେଳେ ତାଙ୍କ ସ୍ୱାମୀ ଦାଦନ ଖଟିବାକୁ ଯାଇ ଆଉ ଫେରିନଥିଲେ । କୁଷ୍ଠ ରୋଗରେ ପୀଡ଼ିତ ଥିବାରୁ ସମାଜର ନାନା କଟକଣା ସହ୍ୟ ହେଉନଥିଲା । ଏଥିପାଇଁ ଗାଁର ଶେଷ ମୁଣ୍ଡରେ ଏକ ଚାଳଘରେ କାଳାତିପାତ କରୁଛନ୍ତି ଶାରୀ । ଏକ ମାତ୍ର ଝିଅ ଦିନ ମଜୁରି କରି ନିଜ ମା’ର ଦେଖାଶୁଣା କରୁଛି ।  ଶାରୀ ମାସକୁ କେବଳ ୭ ଶହ ଟଙ୍କା ସରକାରୀ ସହାୟତା ପାଇ ଦିନ କାଟୁଛନ୍ତି । ଏତିକି ସହାୟତା କରି ଚୁପ ବସି ରହିଛି ପ୍ରଶାସନ । କୁଷ୍ଠ ରୋଗୀଙ୍କ ପାଇଁ ଚପଲ ଠାରୁ ଆରମ୍ଭ କରି ମାଗଣା ଔଷଧ ଯୋଗାଇ ଦେବା ନିୟମ ରହିଛି । କିନ୍ତୁ ଶାରୀ ମାଗଣା ଔଷଧ ପାଇଁ ପ୍ରାୟ ୧୫ କିଲୋମିଟର ଦୂର ଯିବାକୁ ପଡ଼ୁଛି । ଏବେ ବି ସରକାରୀ ସାହାଯ୍ୟ ପାଇଁ ଆଶାବାନ୍ଧି ରହିଛନ୍ତି ଶାରୀ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ମିଳିଲେ ତାଙ୍କ ଜୀବନ ସୁରୁଖୁରରେ କଟିଯିବ ବୋଲି କହିଛନ୍ତି । ଅନ୍ୟପଟେ ସମାଜରେ ଏପରି ଦୁର୍ଦ୍ଧିନ ପାଇଁ କିଏ ଦାୟୀ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking