32.1 C
Bhubaneswar
Friday, April 26, 2024
Homeଓଡିଶାପଲିଥିନ ତଳେ ଅସହାୟ ବୃଦ୍ଧ ଦମ୍ପତି କାଟୁଛନ୍ତି ଜୀବନ

ପଲିଥିନ ତଳେ ଅସହାୟ ବୃଦ୍ଧ ଦମ୍ପତି କାଟୁଛନ୍ତି ଜୀବନ

ନବରଙ୍ଗପୁର : ଛୋଟ କୁଡ଼ିଆରେ ଖାଇବାଠୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ନିତିଦିନିଆ କାର୍ଯ୍ୟ ଅତି ଦୁର୍ଦ୍ଦିନ ଭାବେ ବର୍ଷ ବର୍ଷ ଧରି ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି । ଜନ ପ୍ରତିନିଧିଠୁ ଆରମ୍ଭ କରି ସରକାରୀ ବାବୁଙ୍କୁ ଘର ଖଣ୍ଡେ ପାଇଁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କେଵଳ ପ୍ରତିଶ୍ରୁତି ଛଡ଼ା କିଛି ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି ବୃଦ୍ଧ ଦମ୍ପତି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚ୍ଚା ପଞ୍ଚାୟତ ତାରାବେଡା ଗାଁର ଦିନ ହରିଜନଙ୍କ ପରିବାରରେ । ପରିବାର କହିଲେ ଦିନ ଏବଂ ତା ସ୍ତ୍ରୀ ସୁବର୍ଣା । ପୁଅ ଝିଅ ବୋଲି କେହି ନାହାଁନ୍ତି । ଏହି ଅସହାୟ ବୃଦ୍ଧ ଦମ୍ଫତ୍ତିକୁ ସରକାର ଯୋଜନା କହିଲେ ୩୫ କେଜି ଚାଉଳ ଏବଂ ଦିନକୁ ବୃଦ୍ଧ ଭତା ୫୦୦ ଟଙ୍କା । ଦିନ ଏକ ଅତ୍ୟନ୍ତ ଗରିବ ପରିବାର ନା ରହିଛି ତାଙ୍କ ପାଖରେ ଜମି ବାଡ଼ି ନା ରହିଛି କାମ କରିବାକୁ ଅଣ୍ଟାରେ ବଳ । ଅନ୍ୟପକ୍ଷରେ ସ୍ୱାମୀ ସ୍ତ୍ରୀର ବୟସ ଅପରାହ୍ନରେ ।

ସେହି ସରକାର ଦେଉଥିବା ଚାଉଳ ଏବଂ ଜଣଙ୍କ ଭତ୍ତା ଟଙ୍କାରେ କଷ୍ଟେ ମଷ୍ଟେ ଚାଲୁଥିବା ବେଳେ ମୁଣ୍ଡ ଟିକେ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନାହିଁ । ଝାଟି ମାଟି ଏକ ଛୋଟ କୁଡ଼ିଆଟି ରହିଛି ଯାହାକି ଝିଲି ଟଙ୍ଗା ସେହି ଝିଲି ଟଙ୍ଗା କୁଡ଼ିଆରେ ବର୍ଷ ବର୍ଷ ଧରି ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । କୁଡ଼ିଆଟି କେତେବେଳେ କଣ ହେବ ତାର ଭରଷା ମଧ୍ୟ ନାହିଁ । ଜୀବନକୁ ପଥର କରି ଡରି ଡରି କୁଡ଼ିଆ ଘରେ ଜୀବନ ବିତାଉଛନ୍ତି ବୃଦ୍ଧା ଦମ୍ଫତ୍ତି ଦ୍ବୟ । ଅନ୍ୟପକ୍ଷେ କଷ୍ଟ ମଷ୍ଟେ ପରିବାର ଚଳୁଥିବା ବେଳେ ନୁଆ ଘର ତିଆରି କରିବା ପାଇଁ ଅସହାୟ ସହ ହାତରେ ସମ୍ବଳ ନାହିଁ । ଘର ଖଣ୍ଡେ ପାଇଁ ବାରମ୍ବାର ଲୋକପ୍ରତିନିଧି ଏବଂ ସରକାରୀ ବାବୁଙ୍କୁ ଗୁହାରୀ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରତିଶୃତି ଛଡ଼ା କିଛି ମିଳିନାହିଁ ବୋଲି କହିଛନ୍ତି ବୃଦ୍ଧ ଦମ୍ପତି ।

ଅନ୍ୟ ପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ ଗରିବ ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର ଭଳି ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଏହିସବୁ ଯୋଜନା ଦିନ ହରିଜନ ଭଳି ଅସହାୟ ଗରିବ ପରିବାରଙ୍କ ପାଖରେ ଅପହଞ୍ଚ ହୋଇ ରହିଯାଇଛି l ତେବେ ସରକାରୀ ଯୋଜନା କେତେ ସଫଳ ରୂପାୟନ ହେଉଛି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଦିନ ହରିଜନ ଅତ୍ୟନ୍ତ ଗରିବ ହୋଇଥିବାରୁ ଯଥାଶୀଘ୍ର ଆବାସ ଯୋଜନାରେ ସାମିଲ କରି ଘରେ ଖଣ୍ଡେ ଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।
ଅନ୍ଯପଟେ SECC ତାଲିକାରେ ନାମ ନଥିବାରୁ ଦିନ ହରିଜନଙ୍କୁ ଏପର୍ଯ୍ଯନ୍ତ ଘର ମିଳି ନାହିଁ SECC ତାଲିକାରେ ତାଙ୍କର ନାମ ଆସିଲେ ତାଙ୍କୁ ଘର ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଚଚା ପଂଚାୟତ ର ପିଇଓ ।

ତେବେ ଆମେ ଝରିଗାଁ ଗୋଷ୍ଟିଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମରଙ୍କୁ ଫୋନ ଯୋଗେ ବାରମ୍ବ ବାରମ୍ବାର ଯୋଗା ଯୋଗ କରିବା ସତ୍ୱେ କୌଣସି ଉତ୍ତର ମିଳି ପାରି ନଥିଲା ତାପରେ ଆମେ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଶ୍ରୀ ଲବ୍ ଜନୀଙ୍କୁ ମଧ୍ୟ ବାରମ୍ବ ବାରମ୍ବାର ଯୋଗା ଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପରି ନଥିଲା l ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ କେମିତି ସ୍ଥାନୀୟ ପ୍ରଶାସନ ଏବଂ ଜନପ୍ରତିନିଧି ମାନେ ନିରୀହ ଗରିବ ଲୋକମାନଙ୍କୁ ଅଣଦେଖା କରି ଚାଲି ଆସୁଛନ୍ତି । ତେବେ ପ୍ରସାଶନ ଦିନ ହରିଜନଙ୍କୁ କେତେ ସିଘ୍ର SECC ତାଲିକାରେ ଯୋଗ କରି ଘର ଖଣ୍ଡିଏ ପ୍ରଦାନ କରୁଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking