30.1 C
Bhubaneswar
Friday, April 26, 2024
Homeଓଡିଶାନବ ଦାସ ହତ୍ୟା ମାମଲା: ଏଫ୍‌ବିଆଇ ସହାୟତା ମାଗିନି ରାଜ୍ୟ?

ନବ ଦାସ ହତ୍ୟା ମାମଲା: ଏଫ୍‌ବିଆଇ ସହାୟତା ମାଗିନି ରାଜ୍ୟ?

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ୠଈଓ ସହାୟତା ମାଗି ନାହାନ୍ତି ରାଜ୍ୟ ସରକାର । ଓଡ଼ିଶା ସରକାରଙ୍କ କୌଣସି ପ୍ରସ୍ତାବ ପାଇନଥିବା କହିଲା କେନ୍ଦ୍ର । ଆର୍‌ଟିଆଇ ଆବେଦନ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସ୍ପଷ୍ଟୋକ୍ତି । ଲିଗାଲ୍ ସେଲ୍‌କୁ କୌଣସି ପ୍ରସ୍ତାବ ଆସିନଥିବା କହିଲା ଗୃହ ମନ୍ତ୍ରାଳୟ । ନବ ଦାସ ହତ୍ୟାର ତଦନ୍ତ ସହାୟତା ନେଇ ଆମେ କିଛି ଚିଠି ପାଇନୁ ବୋଲି କେନ୍ଦ ମନ୍ତ୍ରାଳୟ କହିଛି । ନବ ଦାସ ହତ୍ୟା ତଦନ୍ତରେ ଏଫ୍‌ବିଆଇ ସହାୟତା ନିଆଯିବ ବୋଲି କହିଥିଲେ ରାଜ୍ୟ ସରକାର । ଏଥିପାଇଁ ଗୃହ ମନ୍ତ୍ରାଳୟକୁ ନିବେଦନ କରାଯାଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫେବ୍ରୁଆରୀ ୨୨ରେ ବିଧାନସଭାରେ ବିବୃତି ଦେଇ କହିଥିଲେ ମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ୨୭ରେ ମଧ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଲିଖିତ ଉତ୍ତରରେ ଏଫ୍‌ବିଆଇ କଥା କହିଥିଲେ । ସେ କହିଥିଲେ, ଆବେଦନ କରାଯାଇଛି, ଗୃହ ମନ୍ତ୍ରାଳୟ ଉତ୍ତରକୁ ଅପେକ୍ଷା ।

ବ୍ୟକ୍ତିଗତ ଶତ୍ରୁତାରୁ ନବ ଦାସଙ୍କୁ ହତ୍ୟା: ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଦୋଷୀ ସାବ୍ୟସ୍ତ କଲା କ୍ରାଇମବ୍ରାଞ୍ଚ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking