26.1 C
Bhubaneswar
Wednesday, May 31, 2023
Homeଦେଶ ବିଦେଶୟୁକ୍ରେନ୍ ଉପରେ ବଢିଲା ପରମାଣୁ ଯୁଦ୍ଧର ଆଶଙ୍କା

ୟୁକ୍ରେନ୍ ଉପରେ ବଢିଲା ପରମାଣୁ ଯୁଦ୍ଧର ଆଶଙ୍କା

ମସ୍କୋ : ୟୁକ୍ରେନ୍ ଓ ଋଷ ଭିତରେ ଯୁଦ୍ଧର ପ୍ରାୟ ଦେଢ ବର୍ଷ ବିତି ସାରିଛି, କିନ୍ତୁ କୌଣସି ସମାଧାନ ନହେବା ବଦଳରେ ଶକ୍ତି ପ୍ରଦର୍ଶନ ଜାରି ରହିଛି । ଗୋଟିଏ ପଟେ ଫିନଲାଣ୍ଡ ଭଳି ଋଷର ସୀମାକୁ ଲାଗିଥିବା ଦେଶକୁ ନାଟୋରେ ଏଣ୍ଟ୍ରି ମିଳିଛି ତ ସେଭଳି ୟୁକ୍ରେନ୍‌କୁ ଆମେରିକା, ଜର୍ମାନୀ ଭଳି ଦେଶ ଅସ୍ତ୍ର ଯୋଗାଉଛି । ଏହା ଭିତରେ ଋଷ ଯୁଦ୍ଧରେ ଆଉ ଏକ ପାଦ ବଢି ବେଲାରୁଷ ସହିତ ଚୁକ୍ତି କରିଛି ଓ ଆଗାମୀ ଏକ ମାସ ଭିତରେ ଏହି କାମ ପୁରା ହୋଇପାରେ । ଋଷ ଓ ବେଲାରୁଷ ତିନୋଟି ନାଟୋ ଦେଶ ସହିତ ନିଜର ସୀମା ସେୟାର କରିଛି । ଏଭଳି ସ୍ଥିତିରେ ଦୁଇ ପକ୍ଷ ସୀମାରେ ପରମାଣୁ ଅସ୍ତ୍ରର ମୁତୟନ କରିବା ଦ୍ୱାରା ବିବାଦ ବଢିବ । ବେଲାରୁଷକୁ ନିଜ ସମକକ୍ଷ ସହ ସାକ୍ଷାତ ବେଳେ ଋଷ ପ୍ରତିରକ୍ଷା ମନ୍ତ୍ରୀ ସେରଗେ ଶୋଇଗୁ କହିଛନ୍ତି, ପାଶ୍ଚାତ୍ୟ ଦେଶ ସାମୁହିକ ରୂପରେ ଏକଜୁଟ୍ ହୋଇ ଋଷ ଓ ଏହାର ମିତ୍ର ଦେଶ ବିରୋଧରେ ଅଘୋଷିତ ଯୁଦ୍ଧ ଆରମ୍ଭ କରିଛନ୍ତି । ସେ କହିଛନ୍ତି, ପାଶ୍ଚାତ୍ୟ ଦେଶର ପୁରା ଚେଷ୍ଟା ଯେ, ୟୁକ୍ରେନ ସହିତ ଯୁଦ୍ଧକୁ ଲମ୍ବା ସମୟ ପର୍ଯ୍ୟନ୍ତ ବଜାୟ ରଖାଯାଉ । ସେ କହିଛନ୍ତି, ଆମେ ବେଲାରୁଷ ସହିତ ଚୁକ୍ତି କରିଛୁ । ଏହା ଅନୁସାରେ ଏକ ନିଶ୍ଚିତ ସ୍ଥାନରେ ପରମାଣୁ ଅସ୍ତ୍ର ମୁତୟନ କରାଯିବ ।

ଶୋଇଗୁ କହିଛନ୍ତି ଇସ୍କଦର-ଏମ୍‌- ମିସାଇଲକୁ ବୋଲାରୁଷକୁ ଦିଆଯାଇଛି । ଏହି ମିସାଇଲ କୌଣସି ସ୍ଥାନରେ ରଖାଯିବ । ଏହାର ବିଶେଷ୍ୱତ ହେଉଛି ଏହା ମାଧ୍ୟମରେ ପରମ୍ପରାଗତ ଅସ୍ତ୍ର ବ୍ୟତୀତ ପରମାଣୁ ଅସ୍ତ୍ରକୁ ମଧ୍ୟ ନିଆଯାଇପାରେ । ୧୯୯୧ ପରେ ଏହା ପ୍ରଥମ ଘଟଣା, ଯେତେବେଳେ ଋଷ ଦେଶ ବାହାରେ ନିଜର ପରମାଣୁ ଅସ୍ତ୍ର ମୁତୟନ କରିବାର ନିଷ୍ପତ୍ତି ନେଇଛି । ଉଲ୍ଲେଖନୀୟ ଯେ, ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ବହୁବାର ଦୋହରାଇ ସାରିଛନ୍ତି ଯେ, ଆମ ପାଖରେ ଯଦି କୌଣସି ପରମାଣୁ ଅସ୍ତ୍ର ରହିଛି ତେବେ ଆମେ ନିଜର ଅସ୍ତିତ୍ୱ ପାଇଁ ଏହାର ବ୍ୟବହାର କରିପାରିବ । ବେଲାରୁଷ ତିନୋଟି ନାଟୋ ଦେଶକୁ ନିଜର ସୀମା ସେୟାର କରୁଛି ଓ ଋଷର ଖୁବ୍ ନିକଟତର ଦେଶ । ଏଭଳି ସ୍ଥିତିରେ ବେଲାରୁଷରେ ଅସ୍ତ୍ରର ମୁତୟନ ନାଟୋ ଦେଶର ଚିନ୍ତା ବଢାଇ ଦେବ । ସୂଚନାଯୋଗ୍ୟ, ଋଷ ନିଜର ପ୍ରାୟ ଅଢେଇ ହଜାର କିଲୋମିଟର ସୀମା ନାଟେ ଦେଶ ସହିତ ସେୟାର କରିଥାଏ । ପୋଲାଣ୍ଡୋ, ଲିଥୁଆନିଆ, ଲାଟଭିୟା, ଏଷ୍ଟୋନିଆ ଭଳି ଦେଶ ସହିତ ଋଷ ସୀମା ଲାଗିକି ରହିଛି, ଯାହାକି ନାଟେର ସଦସ୍ୟ ରାଷ୍ଟ୍ର । ନିକଟରେ ଫିନଲାଣ୍ଡ ମଧ୍ୟ ନାଟୋର ସଦସ୍ୟତା ଗ୍ରହଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking