29.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଉତ୍ତରାଖଣ୍ଡକୁ ଲାଗିଥିବା ସୀମା ନିକଟରେ ଚୀନ୍ ତିଆରି କରୁଛି ୨୫୦ ଡିଫେନ୍ସ ଭିଲେଜ

ଉତ୍ତରାଖଣ୍ଡକୁ ଲାଗିଥିବା ସୀମା ନିକଟରେ ଚୀନ୍ ତିଆରି କରୁଛି ୨୫୦ ଡିଫେନ୍ସ ଭିଲେଜ

ନୂଆଦିଲ୍ଲୀ : ଭାରତକୁ ଲାଗିଥିବା ସୀମା ନିକଟରେ ଚୀନ୍ ଲଗାତାର ନିଜର ରଣନୀତି ଓ ମେ?ଳିକ ଢାଞ୍ଚର ସୁବିଧାକୁ ମଜବୁତ କରୁଛି । ଉତ୍ତରାଖଣ୍ଡରୁ ଏଭଳି ଏକ ଖବର ଆସିଛି,ଯେଉଁଠି ବର୍ଡର ଏରିଆର ନିଜ ଅଂଶରେ ଚୀନ୍ ଡିଫେନ୍ସ ଭିଲେଜ ତିଆରି କରୁଛି । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଲଏସି ନିକଟରୁ ୧୧ କିଲୋମିଟର ଦୂରତ୍ୱରେ ଚୀନ୍ ଡିଫେନ୍ସ ଭିଲେଜ ତିଆରି କରୁଛି । ୨୫୦ ଘର ଥିବା ବର୍ଡର ଡିଫେନ୍ସ ଭିଲେଜରେ ସାରା ସୁବିଧା ରହିଛି । କିଛି ଦିନ ପୂର୍ବରୁ ମଧ୍ୟ ଉତ୍ତରାଖଣ୍ଡକୁ ଲାଗିଥିବା ଏଲଏସିରୁ ପ୍ରାୟ ୩୫ କିଲୋମିଟର ଦୂରରେ ମଧ୍ୟ ଚୀନ୍ ପକ୍ଷରୁ ୫୫-୫୬ ଘର ତିଆରି କରାଯିବାର କଥା ସାମନାକୁ ଆସିଥିଲା । ସୂଚନାଯୋଗ୍ୟ,ଚୀନ୍ ଭାରତକୁ ଲାଗିଥିବା ଏଲଏସିର ନିକଟତମ ନିଜ ଅଂଶରେ ୭୦୦ ଗାଁ ତିଆରି କରୁଛି, ଯେଉଁଥିରେ ଏକାକୀ ପୂର୍ବ ସେକ୍ଟରରେ ଚୀନ୍ର ଯୋଜନା ୪୦୦ ଗାଁ ତିଆରି କରିବା ।

ଏହି ଗାଁ ଚୀନ୍ ସେନା ଅର୍ଥାତ ପିଏଲଏର ନଜରରେ ରହିଛି । ଭାରତୀୟ ସେନା ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ, ସେ ଚୀନ୍ ସୀମାକୁ ଲାଗିଥିବା ଏଲଏସି ସୀମାରେ ସ୍ଥିତି ଉପରେ ନଜର ରଖିଛି । ଚୀନ୍ ଲଗାତାର ଭାରତକୁ ଲାଗିଥିବା ସୀମାରେ ଏଭଳି ଗାଁ ତିଆରି କରୁଛି । ସେଭଳି ଭାରତ ସରକାର ମଧ୍ୟ ସୀମାକୁ ଲାଗିଥିବା ଗାଁକୁ ଭାଇବ୍ରାଣ୍ଟ ଭିଲେଜରେ ପରିବର୍ତ୍ତନ କରି ମେଗା ପ୍ଲାନ ତିଆରି କରୁଛି । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତ ଚୀନର ସୀମା ନିକଟରେ ଏଭଳି ୫୦୦ ରୁ ୬୦୦ ଗାଁ ରହିଛି ଯେଉଁଠି କେହି ରୁହନ୍ତି ନାହିଁ । ଏହି ଗାଁରେ ବର୍ଷକରେ କେବଳ ଥରେ ନିଜର କୁଳଦେବତାଙ୍କ ପୂଜା କରିବା ପାଇଁ ଏଠାକୁ ଗ୍ରାମବାସୀ ଆସିଥାନ୍ତି । ହେଲେ ଏବେ ଏହି ଗାଁରେ ଲୋକ ରହିବେ । କେନ୍ଦ୍ର ସରକାର ଏହି ଗାଁକୁ ଭାଇବ୍ରାଣ୍ଟ ଭିଲେଜ କରିବା ପାଇଁ ବହୁ ରାଉଣ୍ଡ ବୈଠକ କରିସାରିଛନ୍ତି । ଏହା ସହିତ ଚଳିତ ବର୍ଷ ବଜେଟ୍ରେ ମଧ୍ୟ ଏହି ଗାଁକୁ ଭାଇବ୍ରାଣ୍ଟ ଭିଲେଜ କରିବା ପାଇଁ ବଜେଟ୍ ଘୋଷଣା କରାଯାଇ ସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking