37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବୈଜ୍ଞାନିକଙ୍କ ସତର୍କବାଣୀ; ଆଣ୍ଟାର୍କଟିକାରେ ବରଫ ତରଳିବା ଯୋଗୁଁ ଆସିପାରେ ବଡ଼ ସୁନାମୀ

ବୈଜ୍ଞାନିକଙ୍କ ସତର୍କବାଣୀ; ଆଣ୍ଟାର୍କଟିକାରେ ବରଫ ତରଳିବା ଯୋଗୁଁ ଆସିପାରେ ବଡ଼ ସୁନାମୀ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଯାଇଛି । କିନ୍ତୁ ଆଗକୁ ବଡ଼ ବିପଦ ଆସୁଛି ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି । ଏକ ନୂତନ ଅଧ୍ୟୟନରେ ଦାବି କରାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଣ୍ଟାର୍କଟିକାରେ ଜଳମଗ୍ନ ଭୂସ୍ଖଳନ ସୃଷ୍ଟି କରି ଦକ୍ଷିଣ ମହାସାଗରରେ ଏକ ବିରାଟ ସୁନାମି ସୃଷ୍ଟି କରିପାରେ । ବୈଜ୍ଞାନିକମାନେ ସମୁଦ୍ର ପତ୍ତନ ତଳେ ଥିବା ଅଞ୍ଚଳକୁ ଅଧ୍ୟୟନ କରି ଜାଣିବାକୁ ପାଇଥିଲେ ଯେ ଅତୀତର ଜଳବାୟୁ ପରିବର୍ତ୍ତନ ସମୟ (୩ ନିୟୁତ ରୁ ୧୫ ନିୟୁତ ବର୍ଷ ପୂର୍ବେ) ଏହିପରି ବଡ଼ ମହା ସୁନାମୀ ଆସିଥିଲା ଓ ତାହା ଦକ୍ଷିଣ ଆମେରିକା, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ପୂର୍ବ ଏସିଆ ଆଡକୁ ଯାଇଥିଲା ।

ମେ’ ୧୮ରେ ନେଚର କମ୍ୟୁନିକେସନ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ କାରଣରୁ ସମୁଦ୍ରର ଉଷ୍ମତା ବଢିଚାଲିଛି ଓ ଏହା ପୁଣି ଥରେ ସୁନାମି ସୃଷ୍ଟି କରିପାରେ । ବ୍ରିଟେନର ପ୍ଲାଇମାଉଥ୍ ବିଶ୍ୱବିଦ୍ୟାଳୟର ଜେନି ଗେଲ୍ସ ଏକ ବିବୃତ୍ତିରେ କହିଛନ୍ତି ଯେ ସମୁଦ୍ର ତଳେ ଭୂସ୍ଖଳନ ଏକ ବଡ଼ ଭୂ-ବିପର୍ଯ୍ୟୟ ତଥା ସୁନାମୀ ଆଣିପାରେ, ଯାହାକି ବ୍ୟାପକ କ୍ଷୟକ୍ଷତି କରିପାରେ । ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଆଣ୍ଟାର୍କଟିକାରେ ଭୂସ୍ଖଳନ ଘଟିଥିଲା ଯେତେବେଳେ ସମୁଦ୍ର ପତ୍ତନ ଗରମ ହୋଇଥିଲା । ତେବେ ଏହି ଭୂସ୍ଖଳନର ପ୍ରକୃତ କାରଣ ଜଣାପଡ଼ିନାହିଁ । ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଗ୍ଲୋବାଲ ୱାର୍ମିଂ କାରଣରୁ ଗ୍ଲେସିୟର ବରଫ ତରଳିବା ସବୁଠାରୁ ସମ୍ଭାବ୍ୟ କାରଣ ହୋଇଥାଇପାରେ । ଆଗାମୀ ଦିନରେ ବି ଏପରି ସ୍ଥିତି ଉପୁଜିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking